Below header

କାହାକୁ କାମୁଡିବା ପରେ କଣ ହୁଏ ସାପର ଅବସ୍ଥା, ଜାଣନ୍ତୁ ସାପ ବିଷୟରେ ଅନେକ କିଛି ରହସ୍ୟ

ଦୁନିଆରେ ଆପଣ ବହୁତ ପ୍ରକାରର ସାପ ଦେଖିଥିବେ ଓ ତା ବିଷୟରେ ଆପଣ ବହୁତ କିଛି ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ସାପମାନଙ୍କ ବିଷୟରେ ଏଭଳି କିଛି ରହସ୍ୟ କହିବାକୁ ଯାଉଛୁ ଯାହା ବୋଧହୁଏ ଆପଣ ପୂର୍ବରୁ କେବେବି ଶୁଣିନଥିବେ। ଆପଣ ଶୁଣିଥିବେ ଯେ ଯିଏ ବାହାରୁ ଯେତେ ସୁନ୍ଦର ହୋଇଥାଏ ଭିତରୁ ସେତିକି କ୍ଷତିକାରକ ହୋଇଥାଏ ତେବେ ଏହି କଥା ସାପମାନଙ୍କ ଉପରେ ମଧ୍ୟ ଲାଗୁ କରାଯାଉଛି। ଯେଉଁ ସାପ ଯେତେ ସୁନ୍ଦର ହୋଇଥାଏ ସେ ସେତେ କ୍ଷତିକାରକ ହୋଇଥାଏ। ତାହେଲେ ଆଜି ଆସନ୍ତୁ ଜାଣିବା ସାପମାନଙ୍କ ବିଷୟରେ କିଛି ରହସ୍ୟ।

Image result for snake and his egg images

ଭବିଷ୍ୟ ପୁରାଣରେ ସାପଙ୍କ ପ୍ରଜନନ ବିଷୟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ସର୍ପିଣୀ ଜ୍ୟେଷ୍ଠ ଓ ଆଷାଢ଼ ମାସରେ ଗର୍ଭଧାରଣ କରିଥାଏ ଏବଂ ୪ ମାସ ପରେ ଅର୍ଥାତ କାର୍ତ୍ତିକ ମାସରେ ସେ ଅଣ୍ଡା ଦେଇଥାଏ। ଏକ ସର୍ପିଣୀ ଏକାସାହିତ ପାଖାପାଖି ୨୪୦ଟି ଅଣ୍ଡା ଦେଇଥାଏ। ସୁନେଲି ରଙ୍ଗର ଅଣ୍ଡାରୁ ନାଗ ଜନ୍ମ ନେଉଥିବା ବେଳେ ଲମ୍ବାକୃତି ଅଣ୍ଡାରୁ ନାଗୁଣୀ ଜନ୍ମ ନେଇଥାଏ। କେବଳ ସେତିକି ନୁହେଁ ଲାଳଯୁକ୍ତ ଅଣ୍ଡାରୁ ନଂପୁସକ ସାପ ଜନ୍ମ ହୋଇଥାଏ ତଥା ସାପମାନଙ୍କର ମଧ୍ୟ ଏହି ପ୍ରଜାତି ରହିଥାଏ। ନାଗୁଣୀ ନିଜ ଅଣ୍ଡା ନିଜେ ଖାଇଦେଇଥାଏ ଓ ଯେଉଁ ଅଣ୍ଡା ବଞ୍ଚି ଯାଏ ସେଥିରୁ ବଂଶବୃଦ୍ଧି ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜନ୍ମର ମାତ୍ର ୨୧ ଦିନ ପରେ ସାପଠାରେ ବିଷଦାନ୍ତ ଆସିଯାଇଥାଏ ଅର୍ଥାତ ମାତ୍ର ୨୫ ଦିନ ପରେ ଏକ ସାପ ଛୁଆ କାହାର ଜୀବନ ନେବାର କ୍ଷମତା ହାସିଲ କରିଥାଏ।

Image result for snake and his egg images

ନାଗସାପର ବୟସ ପାଖାପାଖି ୧୨୦ ବର୍ଷ ହୋଇଥାଏ ଏବଂ ଯଦି କୌଣସି ସାପଠାରେ କମ ବିଷ ରହିଛି ତାହେଲେ ସେ ସମୟ ପୂର୍ବରୁ ଜନ୍ମ ନେଇଥାଏ ଏବଂ ତାର ବୟସ ଧାର୍ଯ୍ୟ ହୋଇଥାଏ। କିଛି ଲୋକ ମାନିଥାନ୍ତି ଯେ ସାପ କ୍ଷୀର ପିଏ କିନ୍ତୁ ଏଠାରେ ଆମେ କହି ରଖିବାକୁ ଚାହିଁବୁ ଯେ ସାପ ସମ୍ପୂର୍ଣ୍ଣ ଭାବେ ମାଂସାହାରୀ ହୋଇଥାଏ ଏବଂ କ୍ଷୀର ପିଇବା ତାର ପ୍ରକୃତି ନୁହେଁ। ଯେତେବେଳେ ସାପ କାହାକୁ କାମୁଡି ଦେଇଥାଏ ଓ ତାର ସମ୍ପୂର୍ଣ୍ଣ ବିଷ ତାଦେହରେ ଛାଡି ଦେଇଥାଏ ସେହି ସମୟରେ ସେ କିଛିକ୍ଷଣ ପାଇଁ ପ୍ରଥମେ ଭୂମିରେ ଓଲଟା ପଡିରହିଯାଏ। ଏପରି ସ୍ଥଳେ କାହାକୁ କାମୁଡିବା ପରେ ସାପର ନିଜେ ବଂଚିବା ମଧ୍ୟ ମୁସ୍କିଲ ହୋଇଯାଇଥାଏ।

Related image

ମଣିଷ ଭଳି ସାପର ମଧ୍ୟ ୩୨ଟି ଦାନ୍ତ ରହିଥାଏ ଓ ୪ଟି ବିଷଦାନ୍ତ ରହିଥାଏ। ସାପର ୨୪୦ଟି ଗୋଡ଼ ରହିଥାଏ ଯାହା ବହୁତ ସୁକ୍ଷ୍ମ ହୋଇଥାଏ ଯେଉଁଥିପାଇଁ ଏହା ଦେଖାଯାଏ ନାହିଁ ତେବେ ଚାଲିବା ସମୟରେ ସାପର ଏହି ଗୋଡ଼ଗୁଡିକ ବାହାରକୁ ଆସିଯାଇଥାଏ ଏବଂ ଅନ୍ୟ ସମୟରେ ଏହା ଶରୀର ଭିତରେ ଲୁଚି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.