Below header

ଭାରତରେ ଏହି ଦୁଗ୍ଧ ବ୍ୟାଙ୍କ ନବଜାତ ଶିଶୁଙ୍କୁ ଉପଲବ୍ଧ କରାଉଛି ମା’ କ୍ଷୀର, ସରକାର କରୁଛନ୍ତି ଆର୍ଥିକ ସହାୟତା

ସମସ୍ତ ନବଜାତ ଶିଶୁଙ୍କୁ ଯେପରି ମା’ କ୍ଷୀର ମିଳିପାରିବ, ସେଥିପାଇଁ ବିଶେଷ ବ୍ୟାଙ୍କ ଖୋଲାଯାଉଛି। କେନ୍ଦ୍ର ସରକାର ଏ ପ୍ରକାର ବ୍ୟାଙ୍କ ଖୋଲିବା ପାଇଁ ଆର୍ଥିକ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି। ନିକଟରେ ଲୋକ ସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ(ରାଜ୍ୟ) ଅଶ୍ୱିନୀ ଚୌବେ ଏ ନେଇ ସୂଚନା ଦେଇଥିଲେ। ସେ କହିଥିଲେ, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଏହାର ଆବଶ୍ୟକତାକୁ ନଜରରେ ରଖି ଦୁଗ୍ଧ ବ୍ୟାଙ୍କ ଖୋଲିବାରେ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

mil4

ଯେଉଁ ମା’ ଶାରୀରିକ ଅକ୍ଷମତା ଯୋଗୁ ନିଜ ଶିଶୁକୁ ସ୍ତନପାନ କରାଇପାରୁ ନାହାନ୍ତି, ସେହି ଶିଶୁମାନଙ୍କ ପାଇଁ ମା’ କ୍ଷୀର ଉପଲବ୍ଧ କରାଇବା ଏହି ଦୁଗ୍ଧ ବ୍ୟାଙ୍କର ମୂଳ ଉଦ୍ଦେଶ୍ୟ। କେତେକ ଘଟଣାରେ ପ୍ରସବ ପରେ ମହିଳାମାନଙ୍କଠାରେ କ୍ଷୀର ଆସି ନ ଥାଏ, ଯଦିବା ଆସିଥାଏ, ତାହା ବହୁତ କମ୍‌ ପରିମାଣର। ଏଭଳି ସ୍ଥିତିରେ ନବଜାତ ଶିଶୁ ସ୍ତନପାନରୁ ବଞ୍ଚିତ ରୁହେ।

ଏହାଛଡ଼ା ପ୍ରସବ ସମୟରେ ଯଦି ମା’ର ମୃତ୍ୟୁ ଘଟେ, ସେହି ନବଜାତ ଶିଶୁଙ୍କ ପାଇଁ ଦୁଗ୍ଧ ବ୍ୟାଙ୍କ ବହୁତ ଉପଯୋଗୀ ସାବ୍ୟସ୍ତ ହେବ। କେତେକାଂଶରେ ଦେଖାଯାଏ, ଗମ୍ଭୀର ରୋଗ ଯୋଗୁ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନପାନ କରାଇପାରି ନ ଥାଆନ୍ତି।

mil1

ମା’ କ୍ଷୀର ଉପଲବ୍ଧ କରାଉଥିବା ଏହି ବ୍ୟାଙ୍କ, ବ୍ଲଡ୍‌ ବ୍ୟାଙ୍କ ଭଳି କାମ କରିଥାଏ। ମା’ କ୍ଷୀରରୁ ବଞ୍ଚିତ ରହୁଥିବା ଶିଶୁମାନଙ୍କ ପାଇଁ ମହିଳାମାନେ ଏଠାରେ ନିଜ କ୍ଷୀର ଦାନ କରିପାରିବେ। ବୈଜ୍ଞାନିକ ଉପାୟରେ ଏହି କ୍ଷୀରକୁ ଲମ୍ବା ସମୟ ଧରି ସୁରକ୍ଷିତ ରଖାଯାଇ ପାରିବ। ବର୍ତ୍ତମାନ ଏମିତି ବ୍ୟାଙ୍କର ଉପଲବ୍ଧତା ରାଜ୍ୟ ଏବଂ ଅଞ୍ଚଳର ସ୍ୱାସ୍ଥ୍ୟସେବା ସ୍ତର ଉପରେ ନର୍ଭରଶୀଳ।

୨୦୧୮ରେ ହୋଇଥିବା ଗଣନା ଅନୁସାରେ, ରାଜସ୍ଥାନରେ ସବୁଠାରୁ ଅଧିକ ୧୩ଟି ଦୁଗ୍ଧ ବ୍ୟାଙ୍କ ଖୋଲାଯାଇଛି। ସେହିପରି ମହାରାଷ୍ଟ୍ରରେ ୧୨ ଓ ତାମିଲନାଡ଼ୁରେ ୧୦ଟି ଦୁଗ୍ଧ ବ୍ୟାଙ୍କ ରହିଛି। ଏହି ତାଲିକାରେ ଚେନ୍ନାଇର ନାଁ ବି ଆସୁଛି। ଅମାରା ନାମକ ହ୍ୟୁମାନ୍‌ ମିଲ୍କ ବ୍ୟାଙ୍କ ବ୍ରେଷ୍ଟ୍‍ ମିଲ୍କ ଫାଉଣ୍ଡେଶନ ସହ ମିଶି ଦିଲ୍ଲୀ-ଏନ୍‌ସିଆର୍‌ରେ ନିଜର ସେବା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.