Below header

ଆପଣ କଥା କଥାରେ OK ନିଶ୍ଚିତ କହୁଥିବେ, କିନ୍ତୁ ଏହାର ଫୁଲଫର୍ମ କ’ଣ ଜାଣନ୍ତି କି ?

ଆପଣ ସାଙ୍ଗ ସାଥି ମେଳରେ କଥା ହେବା ବେଳେ ନିଶ୍ଚିତ ଏହି ଶବ୍ଦଟିକୁ ବ୍ଯବହାର କରୁଥିବେ। କାହା କଥାରେ ସହମତି ଦେବା ହେଉ ଅବା କାହା ସହିତ ଡାକିବାର ଥାଉ ସବୁବେଳେ ଲୋକମାନେ କାହାର କଥାର ଯବାବ ‘OK’ କହିକି ଦେଇଥାନ୍ତି। ଆପଣଙ୍କ ସାଙ୍ଗ, ଅଫିସର କିମ୍ବା ଆଉ କାହା ସହିତ କଥା ହୋଇଥାନ୍ତି ଗୋଟିଏ ଶବ୍ଦ ‘OK’ କୁ ବହୁତ ବ୍ୟବହାର ହୋଇଥାଏ। ତେବେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ‘OK’ ର ଫୁଲ ଫର୍ମ କ’ଣ ? ତାହା ଆପଣ ଜାଣିଛନ୍ତି କି ? ଆସନ୍ତୁ ଆମେ ଆପଣଙ୍କୁ କହିବୁ ଓକେର ଅର୍ଥ କ’ଣ ?

ଇଂରାଜୀ ଶବ୍ଦର ସବୁଠାରୁ ସାଧାରଣ ଓ୍ବାର୍ଡ ଭିତରୁ ଅନ୍ୟତମ ଶବ୍ଦ OK। ଯାହାର ଅର୍ଥ ‘Olla Kalla’. ଏହା ଏକ ଗ୍ରୀକ୍ ଶବ୍ଦ ଅଟେ, ଯାହାର ଅର୍ଥ All correct। OK ଶବ୍ଦର ଜନ୍ମ ୧୮୨ ବର୍ଷ ପୂର୍ବେ ହୋଇଥିଲା। ଏହାର ବ୍ୟବହାର ଆମେରିକାର ସାମ୍ବାଦିକ ଚାର୍ଲସ୍ ଗୋର୍ଡେନ୍ ଗ୍ରୀନ୍ (Charles Gordon Greene) ଙ୍କ ଅଫିସରୁ ଆରମ୍ଭ ହୋଇଥିଲା। ୧୮୩୯ରେ ଲେଖ ଜାଣିଶୁଣି ଶବ୍ଦକୁ ବଦଳାଇଥିଲେ ଓ ପ୍ଲେଫୁଲ ଆବ୍ରିଭେସନର ବ୍ୟବହାର କରୁଥିଲେ।

ok

ଠିକ୍ ସେଭଳି, ଯେପରିକି ଆଜି ଆମେ LOLZ, OMG, କିମ୍ବା NBD କୁହନ୍ତି। OK ର ବ୍ୟବହାର ସବୁଠାରୁ ପ୍ରଥମେ “Oll Korrect” ର ଆବ୍ରିଭେସନ୍ ଭାବରେ କରାଯାଇଥିଲା। ଏହା ଗ୍ରାମାରରେ ଏକ ବ୍ୟଙ୍ଗାତ୍ମକ ଲେଖାଥିଲା ଓ ବୋଷ୍ଟନ୍ ମର୍ନିଂ ପୋଷ୍ଟରେ ୧୮୩୯ରେ ଛପିଥିଲା। ଏହି ଟ୍ରେଣ୍ଡ ପରେ OW ଭଳି ଶବ୍ଦର ମଧ୍ୟ ବ୍ୟବହାରରେ ଆସିଥିଲା। ଏହାର ଅର୍ଥ ମଧ୍ୟ “oll wright” ବା all right ଥିଲା।

ଏହାପରେ OK ର ବ୍ୟବହାର ଇଲେକସନ୍ ସ୍ଲୋଗାନ ଭାବରେ କରାଯାଇଥିଲା। ୧୮୪୦ରେ ଆମେରିକା ରାଷ୍ଟ୍ରପତି Martin Van Buren କେ ରି-ଇଲେକସ୍ କ୍ୟାମ୍ପେନରେ ଯେତେବେଳେ ଓକେ ଶବ୍ଦର ବ୍ୟବହାର କରାଯାଇଥିଲା।ଏହାପରେ ଏହି ଶବ୍ଦ ସାରା ବିଶ୍ବରେ ପ୍ରଚଳିତ ହୋଇଥିଲା।

ନ୍ଯୁୟର୍କର କିଣ୍ଡରହୁକରେ ଜନ୍ମ ହୋଇଥିବା Van Buren ଙ୍କ ଡାକ ନାମ Old Kinderhook ରହିଥିଲା। ତାଙ୍କର ସମର୍ଥକ ନିର୍ବାଚନ ପ୍ରଚାର ସମୟରେ ରାଲିରେ ‘OK’ର ବ୍ଯବହାର କରିଥିଲେ। ତା’ ପର ଠାରୁ ସମଗ୍ର ଦେଶରେ OK Clubs ତିଆରି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.