Below header

ଏବେ Whatsapp ରେ ମିଳିବ ଟ୍ରେନର ରିଅଲ ଟାଇମ ଅପଡେଟ୍, ଜାଣନ୍ତୁ କ’ଣ କରିବାକୁ ହେବ

ଆଜିକାଲି ହ୍ବାଟସଆପ୍ ର ବ୍ଯବହାର କେବଳ ମେସେଜ ପଠାଇବା, ଭିଡିଓ କଲ କିମ୍ବା ଷ୍ଟାଟସ ଲଗାଇବାରେ ସୀମିତ ରହିନାହିଁ। ହ୍ବାଟସଆପରେ ଏମିତି ଅପଡେଟ୍ ଏବଂ ଫିଚର୍ସ ଆସିଛି, ଯାହା ଲାଇଫ ବହୁତ ସହଜ ହୋଇଯାଇଛି। ଏବେ ହ୍ବାଟସଆପରେ ପେମେଣ୍ଟ କରିପାରିବେ। ହ୍ବାଟସଆପ୍ ରେ ବ୍ଯାକିଂ ସୁବିଧାର ଫାଇଦା ମଧ୍ୟ ଉଠାଇପାରିବେ। ଏହାଛଡା ଲୋକ ବିଜନେସ ପାଇଁ ହ୍ବାଟସଆପର ବ୍ଯବହାର କରୁଛନ୍ତି। କେବଳ ଏହିସବୁ କାମ ନୁହେଁ ଏବେ ହ୍ବାଟସଆପରେ ଟ୍ରେନ ସହିତ ଜଡିତ ଖବର ମଧ୍ୟ ଜାଣିପାରିବେ। ଟ୍ରେନ ସହିତ ଜଡିତ ରିଅଲ ଟାଇମ ଅପଡେଟ୍ସ ଜାଣିବା ପାଇଁ ହ୍ବାଟସଆପ୍ ବ୍ଯବହାର କରିପାରିବେ।

ଟ୍ରେନର ରିଅଲ ଟାଇମ ଅପଟେଡ୍ ଜାଣିବା ପାଇଁ କେବଳ ଏକ ନମ୍ବରକୁ ମେସେଜ ପଠାଇବାକୁ ହେବ। ମୁମ୍ବାଇ ବେଷ୍ଟର ଷ୍ଟାର୍ଟଅପ କମ୍ପାନୀ Railofy ଏହି ସର୍ଭିସ ଆରମ୍ଭ କରିଛି। ଏହି ଆପ୍ ଟ୍ରେନ ଯାତ୍ରା ସମୟରେ ରିଅଲ ଟାଇମ ଅପଡେଟ୍ସର ସବିଶେଷ ବିବରଣୀ ଦେବ। ଏମିତି କଲେ ହ୍ବାଟସଆପରେ ଆପଣଙ୍କୁ ସବୁ ପ୍ରକାର ଅପଡେଟ୍ ମିଳିପାରିବ। ତେବେ ଏଥିପାଇଁ କ’ଣ କରିବାକୁ ହେବ, ଆସନ୍ତୁ ଜାଣିବା…

whatsapp new

ଏଥିପାଇଁ ଆପଣଙ୍କୁ ନିଜ ଫୋନରୁ ଏକ ନମ୍ବର ୯୧-୯୮୮୧୧୯୩୩୨୨ ନମ୍ବର ସେଭ କରିବାକୁ ହେବ। ଏହା ଆପଣଙ୍କକୁ ଟ୍ରେନର ରିଅଲ ଟାଇନ ଷ୍ଟାଟସ ଜାଣିପାରିବେ। ଏହା ପରେ ଆପଣ ପିଏନଆର ନମ୍ବର ଏହି ନମ୍ବରରେ ଲେଖିବାକୁ ହେବ। ତେବେ ତା୩ ପରେ ହିଁ କିଛି ସେକେଣ୍ଡରେ ଆପଣଙ୍କୁ ହ୍ବାଟସଆପ୍ ମେସେଜରେ ଟ୍ରେନ ସହିତ ଜଡିତ ସମସ୍ତ ବିବରଣୀ ମିଳିବ।

ଏହି ସର୍ଭିସରେ ଅନେକ ସୁବିଧା ମିଳିବ। ଏଥିରେ ଟ୍ରେନର ରିଅଲ ଟାଇମ ଅପଡେଟ୍ ସହିତ ଟ୍ରେନ ଜଡିତ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ଯ ମିଳିବ। ଏହାଛଡା ଯଦି ଆପଣ ଏହାର ଉପଯୋଗ ବନ୍ଦ କରିବାକୁ ଚାହୁଛନ୍ତି, ତେବେ STOP ଲେଖି ସେହି ନମ୍ବରରେ ମେସେଜ ପଠାଇବାକୁ ପଡିବ। ତା’ ପରେ ଏହି ସର୍ଭିସ ବନ୍ଦ ହୋଇଯିବ। ଏହି ଆପକୁ ଗୁଗଲ ପ୍ଲେ ଷ୍ଟୋରୁ ଡାଇନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.