Below header

ଜୀବନ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଗଲା କୁକୁର, ଶେଷରେ ହେଲା ବିଜୟୀ; ଦେଖନ୍ତୁ ଭିଡିଓ

କୁକୁରଙ୍କ ଆତ୍ମବିଶ୍ୱାସ ଏତେ ମଜଭୁତ ଯେ ସେମାନେ ନିଜଠାରୁ ବହୁ ଗୁଣ ଶକ୍ତିଶାଳୀ ବାଘ, ସିଂହଙ୍କ ସହ ବି ଲଢ଼ିବାକୁ ପ୍ରସ୍ତୁତ ଥାଆନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଏହାର ପ୍ରମାଣ ଦେଉଛି। ଭିଡିଓରେ ଜଙ୍ଗଲ ରାଜା କେବଳ କୁକୁରକୁ ନିଜଠାରୁ ଦୂର କରୁଛି ତାହା ଶିକାର କରୁନାହିଁ।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଏକ ବାଘ କୁକୁରର ପିଛା କରି ତାଙ୍କୁ ମାରିବାକୁ ଉଦ୍ୟମ କରୁଛି। ଏହି ସମୟରେ କୁକୁରଟି ପଛକୁ ବୁଲିପଡ଼ି ବାଘ ଉପରେ ଭୁକିବାରେ ଲାଗିଛି ଓ ତାକୁ ଡରାଉଛି ମଧ୍ୟ। କୁକୁରକୁ ଦେଖି ବାଘ ଡରିକି ପଛକୁ ଚାଲିଯାଉଛି। ସଫାରୀରେ ବୁଲୁଥିବା କିଛି ପର୍ଯ୍ୟଟକ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓକୁ ଏବେ ଯାଏଁ ୭୨ ହଜାରରୁ ଅଧିକ ଥର ଦେଖାସରିଲାଣି। ସେହିପରି ୬ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଲାଇକ ଦେଇଥିବା ବେଳେ ଦେଢ଼ ଲକ୍ଷ ଲୋକ କମେଣ୍ଟ କରିଛନ୍ତି। କୁକୁରର ଆତ୍ମବିଶ୍ୱାସକୁ ଲୋକମାନେ ଅଧିକ ପସନ୍ଦ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.