ଏଥର ଛପିବ ନାହିଁ ବଜେଟ ଦସ୍ତାବିଜ, ସ୍ୱାଧୀନତା ପରେ ପ୍ରଥମ ଥର ହେବାକୁ ଯାଉଛି ଏପରି, ଜାଣନ୍ତୁ କାହିଁକି

କରୋନା ଭାଇରସର ପ୍ରକୋପ ସାରା ବିଶ୍ୱକୁ ପୂରା ବଦଳାଇ ଦେଇଛି। ବର୍ଷ ବର୍ଷ ଧରି ଚାଲିଆସୁଥିବା ପରମ୍ପରାଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦେଶର ବଜେଟ ଉପରେ ବି ଏମିତି ଏକ ପ୍ରଭାବ ପଡିଛି। ସ୍ୱାଧୀନତା ପରେ ପ୍ରଥମ ଥର ଏମିତି ହେବାକୁ ଯାଉଛି କି, ଚଳିତ ଥର ବଜେଟ ପେପର ଛପା ଯିବନି। ଅର୍ଥ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି, ପ୍ରିଣ୍ଟିଂ ପ୍ରେସରେ ପାଖାପାଖି ୧୦୦ ଲୋକଙ୍କୁ ଏକସାଥୀରେ ରଖାଯାଇ ପାରିବ ନାହିଁ, ଯେଉଁଥିପାଇଁ ଏଥର ବଜେଟ ପେପର ଛପିବନି।

budget4

ଏହା ବଦଳରେ ଏକ କମନ ଲିଙ୍କ ବନାଯିବ, ଯେଉଁଥିରେ ସମସ୍ତ ସାଂସଦ ଏବଂ ଲୋକେ ବଜେଟକୁ ପିଡିଏଫ ଫର୍ମାଟରେ ଦେଖିପାରିବେ। କହି ରଖୁଛୁ, ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ୨୯ ଜାନୁଆରୀରୁ ଆରମ୍ଭ ହେବ ଏବଂ ୧୫ ଫେବୃଆରୀରେ ସମାପ୍ତ ହେବ। ୨୯ ଜାନୁଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ବଜେଟ ଅଧିବେଶନ ଆରମ୍ଭ କରାଯିବ। ୧ ଫେବୃଆରୀରେ ବଜେଟ ଉପସ୍ଥାପନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.