ବିରାଟଙ୍କ ଘରକୁ ଆସିଲେ ଲକ୍ଷ୍ମୀ, ଆଜି ଅପରାହ୍ନରେ ଅନୁଷ୍କା ଜନ୍ମ ଦେଲେ କନ୍ୟା ସନ୍ତାନ

ବାପା ହେଲେ ବିରାଟ କୋହଲି। ମୁମ୍ବାଇ ବିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ଅନୁଷ୍କା ଶର୍ମା। ୧୧ ଡିସେମ୍ବରରେ ବିବାହ ଓ ଆଜି ୧୧ ଜାନୁଆରୀରେ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି ବିରୁଷ୍କା। ୨୦୨୦ ମସିହା ଅଗଷ୍ଟ ମାସରେ ଅନୁଷ୍କା ଗର୍ଭବତୀ ଥିବା ଘୋଷଣା କରିଥିଲେ। ତେବେ ନବଜାତକକୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ କୋଭିଡ୍‌-କିଡ୍‌ ଓ୍ଵାର୍ଡକୁ ପଠାଯିବ। ବର୍ତ୍ତମାନ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା ମେଡିକାଲ ତରଫରୁ ଜଣାଯାଇଛି।

ସୂଚନାଯୋଗ୍ୟ ଯେ ବିରାଟ ଓ ଅନୁଷ୍କାଙ୍କର କନ୍ୟା ସନ୍ତାନ ହେବ ବୋଲି କିଛି ଦିନ ପୂର୍ବରୁ ଜଣେ ଜ୍ୟୋତିଷ ମଧ୍ୟ ଭବିଷ୍ୟତବାଣୀ କରିଥିଲେ। ଆଜି ତାଙ୍କ ଭବିଷ୍ୟବାଣୀ ସତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.