Below header

ହନୁମାନ ଜୟନ୍ତୀରେ ଭୁଲ୍‌ରେ ମଧ୍ୟ କରନ୍ତୁ ନାହିଁ ଏହିସବୁ କାମ, ନଚେତ୍‌ ଦୁର୍ବିସହ ହୋଇପଡିବ ଜୀବନ

ହିନ୍ଦୁ ଧର୍ମରେ ହନୁମାନ ଜୟନ୍ତୀଙ୍କର ବହୁତ ମହତ୍ତ୍ୱ ରହିଛି। ଚୈତ୍ର ମାସ ଶୁକ୍ଲ ପକ୍ଷ ପୂର୍ଣ୍ଣିମା ଦିନ ସଙ୍କଟମୋଚନ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ବଜରଙ୍ଗବାଲୀ ତଥା ମହାବୀର ନିୟମ ଅନୁଯାୟୀ ସମସ୍ତ ପୂଜା ପାଠ କରାଯାଏ। ଏହା ସହ ବିଧି ଅନୁଯାୟୀ ଉପବାସ ମଧ୍ୟ ପାଳନ କରାଯାଏ। ହନୁମାନଙ୍କର କୃପାରୁ ଜୀବନର ସମସ୍ତ ଦୁଃଖ ଦୂର କରେ । ଏହି ସମୟରେ ଅନେକ ସମୟରେ କରାଯାଇଥିବା ଭୁଲ ଗୁଡିକ କିଛି ଅସୁବିଧାକୁ ଆମନ୍ତ୍ରଣ କରିଥାଏ। ତେଣୁ ଏପରି ପରିସ୍ଥିତିରେ, ହନୁମାନ ଜୟନ୍ତୀ ସହିତ ଜଡିତ କିଛି ନିୟମ ନିଶ୍ଚିତ ଭାବେ ଜାଣନ୍ତୁ। ଯାହାକୁ ପାଳନ କରିବା ଦ୍ୱାରା ସବୁ ସମସ୍ୟା ଦୂର ହେବ।

– ହନୁମାନ ଜୟନ୍ତୀ ଦିନ ପୂଜା-ଅର୍ଚ୍ଚନା କରୁଥିବା କରିବା ସମୟରେ ମହିଳାମାନେ ବିଶେଷ ଧ୍ୟାନ ଦେବା ଉଚିତ୍। ପ୍ରଭୁ ହନୁମାନ ବ୍ରହ୍ନଚାରୀ। ତେଣୁ, ପୂଜାପାଠ ସମୟରେ ଭୁଲରେ ମଧ୍ୟ ମହିଳାମାନେ ହନୁମାନର ପ୍ରତିମାକୁ ଛୁଇଁବା ଉଚିତ୍ ନୁହେଁ । ନଚେତ୍ ଅନେକ ସମସ୍ୟା ତଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

– ହନୁମାନଙ୍କର ପୂଜାରେ କେବେ ବି ଚରଣମୃତ ବ୍ୟବହାର କରନ୍ତୁ ନାହିଁ।

– ହନୁମାନଙ୍କୁ ପୂଜା କରିବା ସମୟରେ କଦାପି କଳା କିମ୍ବା ଧଳା ପୋଷାକ ପିନ୍ଧନ୍ତୁ ନାହିଁ। ଏମିତି କରିବା ଅଶୁଭ ହୋଇଥାଏ। ଶୁଭ ଫଳ ପାଇବା ପାଇଁ ନାଲି କିମ୍ବା ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ।

Panchmukhi-Hanuman

– ଯେଉଁମାନେ ହନୁମାନ ଜୟନ୍ତୀ ଦିନ ଉପବାସ କରନ୍ତି ସେମାନେ ଦିନରେ ଶୋଇବା ଉଚିତ୍ ନୁହେଁ। ହନୁମାନଙ୍କ ପୂଜାରେ ସର୍ବାଧିକ ସମୟ ପୂଜାପାଠରେ ଅତିବାହିତ କରିବା ଉଚିତ୍। ଏହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ।

– ଯେଉଁ ଲୋକଙ୍କ ଘରେ ଅଶୁଦ୍ଧି କାର୍ଯ୍ୟ ଚାଲିଥାଏ, ସେମାନେ ହନୁମାନ ମନ୍ଦିରରେ ପ୍ରବେଶ କରିବା ଉଚିତ୍ ନୁହେଁ କିମ୍ବା ପୂଜା କରିବା ଉଚିତ୍ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.