କେବଳ ପେଟ ନୁହେଁ ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ଆଖୁ ରସ, ଖରାଦିନେ ନିଶ୍ଚୟ କରନ୍ତୁ ବ୍ୟବହାର

ଖରାଦିନେ ପେଟ ଥଣ୍ଡା କରିବାକୁ ଆମେ ଆଖୁ ରସ ପିଇଥାଉ। ଏହା ପାଟିକୁ ମିଠା ଲାଗିବା ସହ ଶରୀର ପାଇଁ ବି ହିତକର ହୋଇଥାଏ। ଆଖୁ ରସ ପିଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କେବଳ ପେଟ ନୁହେଁ, ତ୍ୱଚା ପାଇଁ ବି ଆଖୁ ରସ ଲାଭଦାୟକ ହୋଇଥାଏ। ଆଖୁ ରସକୁ ମୁହଁଲେ ଲଗାଇଲେ ତ୍ୱଚା ସମ୍ବନ୍ଧୀୟ ବହୁ ରୋଗ ଦୂର ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଆଖୁ ରସକୁ ମୁହଁରେ ଲଗାଇବା ଦ୍ୱାରା ମିଳୁଥିବା ଫାଇଦା ସମ୍ପର୍କରେ…

  • ଯଦି ମୁହଁର ଦାଗ ସମସ୍ୟା ନେଇ ଚିନ୍ତିତ ଅଛନ୍ତି ତେବେ ଏଥିରୁ ମୁକ୍ତି ପାଇଁ ଆଖୁ ରସ ବ୍ୟବହାର କରିପାରିବେ। ତ୍ୱଚାର ଦାଗ ଦୂର କରିବାକୁ ନିୟମିତ ଆଖୁ ରସ ପିଅନ୍ତୁ। ଆପଣ ଚାହିଁଲେ ଆଖୁ ରସକୁ ସିଧାସଳଖ ମୁହଁରେ ଲଗାଇପାରିବେ। ଏମିତି କରିବା ଦ୍ୱାରା ଦାଗ ଶୀଘ୍ର ଦୂର ହେବ।
  • ନିୟମିତ ରୂପେ ଆଖୁ ରସ ସେବନ କରି ବାର୍ଦ୍ଧକ୍ୟ ଲକ୍ଷଣ ଦୂର କରି ହେବ। ବୟସ ବଢ଼ିବା ସହ ତ୍ୱଚାରେ ଚର୍ମ ଧୁଡ଼ଧୁଡ଼ ହୋଇଯାଏ ।ଏଥିସହ ଲୋଚାକୋଚା ହୋଇଯାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଡାଏଟ୍‌ରେ ଆଖୁ ରସ ସାମିଲ କରନ୍ତୁ।
  • ଯଦି ମୁହଁରେ ପୁରୁଣା ଦାଗ ରହିଛି ଓ ଯେତେ ଉପାୟ କଲେ ବି ଦୂର ହେଉ ନାହିଁ। ତେବେ ଏଭଳି ସ୍ଥିତିରେ ତୁଳାକୁ ଆଖୁ ରସରେ ବୁଡ଼ାଇ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ୨୦ ମିନିଟ୍‌ ପାଇଁ ଶୁଖିବାକୁ ଛାଡ଼ି ଦିଅନ୍ତୁ। ପରେ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ। ଏମିତି କିଛି ଦିନ କଲେ ମୁହଁ ଦାଗ ମୁକ୍ତ ହେବା ସହ ପରିଷ୍କାର ହୋଇଯିବ।

Also Read: ମହାବୀର ଜୟନ୍ତୀକୁ ନିରାମିଷ ଦିବସ ଭାବେ ପାଳିବାକୁ ନିର୍ଦ୍ଦେଶ, ଜାରି ହେଲା ନିଷେଧାଜ୍ଞା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.