ବାଲେଶ୍ୱର କାକବରାଇ ଗାଁରେ ଅଘଟଣ: ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ମାରି ହତ୍ୟା

ବାଲେଶ୍ୱର (କେନ୍ୟୁଜ): ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା। ବାଲେଶ୍ୱର ରେମୁଣା ଥାନା ବଡପାଳ ପଞ୍ଚାୟତ କାକବରାଇ ଗାଁରେ ଘଟିଛି ଏହି ଘଟଣା। ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରଘୁନାଥ ଜେନା ।

ବୃଦ୍ଧ ଜଣକ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୃଦ୍ଧଙ୍କ ଆଖିରେ ଗଭୀର କ୍ଷତ ହୋଇଛି। ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ରେମୁଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.