ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ-୨, ସିନେମା ହଲ୍‌ରେ ନାହିଁନଥିବା ଭିଡ଼

ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ-୨। ସାରା ଦେଶରେ କେଜିଏଫ କ୍ରେଜ। ସିନେମା ହଲ୍‌ରେ ଦେଖିବାକୁ ମିଳିଛି ଖଚାଖଚ ଭିଡ଼। ଓପନିଂ ଡେ ପାଇଁ ୩୧ କୋଟି ଟଙ୍କାର ଆଡଭାନ୍ସ ଟିକେଟ ବୁକିଂ ସରିଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାଉଥ୍‌ ଷ୍ଟାର ୟଶ। ସଞ୍ଜୟ ଦତ୍ତ, ରବିନା ଟଣ୍ଡନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ଼ ଓ ହିନ୍ଦୀ ଭାଷାରେ ଫିଲ୍ମ ରିଲିଜି ହୋଇଛି । ସାରା ଦେଶରେ ୪ହଜାରରୁ ଅଧିକ ସ୍କ୍ରିନରେ ରିଲିଜ ହେଉଛି କେଜିଏଫ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ କେଜିଏଫ-୨ର ନାୟକ ୟାସ୍ ଏବଂ ଖଳନାୟକ ସଞ୍ଜୟ ଦତ୍ତ ଫିଲ୍ମର ନୂଆ  ପୋଷ୍ଟର ସେୟାର କରିଥିଲେ । ଯେଉଁ ପୋଷ୍ଟରରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଅଭିନେତା ଓ ଅଭନେତ୍ରୀ ରହିଥିଲେ । ଫିଲ୍ମରେ ଅଧୀରା ଭୂମିକାରେ ନଜର ଆସିଥିବା ସଞ୍ଜୟ ନୂଆ ପୋଷ୍ଟର ସହ ପ୍ରଂଶସକଙ୍କୁ ଫିଲ୍ମ ରିଲିଜର ତାରିଖ ବାବଦରେ ମଧ୍ୟ ସୂଚନା ଦେଇଥିଲେ।

କେଜିଏଫ-୧କୁ ଦେଖିବା ପରେ ଦର୍ଶକମାନେ ‘କେଜିଏଫ-୨’ ପାଇଁ ବହୁତ ଉତ୍ସାହିତ। ଏହାପୂର୍ବରୁ କେଜିଏଫ-୨ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ଟ୍ରେଲର ରିଲିଜ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମ ରିଲିଜକୁ ନେଇ କୌଣସି ସୂଚନା ମିଳିପାରୁନଥିଲା । ପୂର୍ବରୁ କେଜିଏଫର ପ୍ରଥମ ପାର୍ଟକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଥିଲେ । କେଜିଏଫ-୨ରେ ଅନେକ ନୂଆ ଅଭିନେତା ଓ ଅଭିନେତ୍ରୀ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.