Below header

ଏମିତି ଏକ ସ୍ଥାନ ଯେଉଁଠାରେ ପ୍ରତି ୩ ମିନିଟରେ ହୋଇଥାଏ ଭୂମିକମ୍ପ !

କାଲିଫର୍ଣ୍ଣିଆ : ନିକଟରେ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ଦକ୍ଷିଣ କାଲିଫର୍ଣ୍ଣିଆରେ ପ୍ରାୟ ପ୍ରତି ୩ ମିନିଟରେ ଥରେ ଭୁକମ୍ପ ହୋଇଥାଏ। ଏହା ବିଷୟରେ କାର୍ଲିଫର୍ଣ୍ଣିଆର ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଏଣ୍ଡ ୟୁନିର୍ଭସିଟି ସୂଚନା ପ୍ରଦାନ କରିଛି। ସର୍ଭେ ଦ୍ବାରା ଜଣାପଡିଛି, ଦକ୍ଷିଣ କାଲିଫର୍ଣ୍ଣିଆରେ ୨୦୦୮ ଏବଂ ୨୦୧୭ମଧ୍ୟରେ ପ୍ରାୟ ୨୦ ଲକ୍ଷଥର ଭୂମିକମ୍ପ ହୋଇଥିଲା। ଯାହାର ତୀବ୍ରତା ୨.୦ ରୁ ୩.୦ ମଧ୍ୟରେ ରହିଥିଲା। ଯାହା ଫଳରେ ତାହା କୌଣସି ବ୍ୟକ୍ତିଙ୍କୁ ଅନୁଭୂତ ହୋଇନଥିଲା।

ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳରେ ଦୈନିକ ୩୯୫ ଥର ଭୂମିକମ୍ପ ହୋଇଥାଏ। ୟୁଏସ ଜିୟୋଲଜିକଲ ସର୍ଭେ ଅନୁଯାୟୀ, ସାଧାରଣତଃ ୩.୦ ତୀବ୍ରତାରୁ ଅଧିକ ଯୋରରେ ଭୁକମ୍ପ ହେଲେ ହିଁ ତାହା ଅନୁଭୂତ ହୋଇଥାଏ। ଏଣୁ ଛୋଟ ତୀବ୍ରତା ଭୂକମ୍ପ ବିଷୟରେ ଜାଣିବା ଖୁବ କଷ୍ଟକର ହୋଇଥାଏ। ଖାସ କରି ଯେଉଁମାନେ ଏନେଇ ରିସର୍ଚ୍ଚ କରିଥାନ୍ତି। ରିସର୍ଚ୍ଚରଙ୍କ ଅନୁଯାୟୀ, ଗାଡିର ଏବଂ ଘର ନିର୍ମାଣ କାର‌୍ୟ୍ୟ ଶବ୍ଦରେ ଭୂକମ୍ପରେ ଜଣାପଡିନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.