ପୁରୁଷ ଦିନିକିଆରେ ପ୍ରଥମ ମହିଳା ଅମ୍ପାୟାର, ଜାଣନ୍ତୁ କିଏ ଆଜି ରଚିଲେ ଇତିହାସ

ନୂଅଦିଲ୍ଲୀ : ପୁରୁଷ ଦିନିକିଆରେ ଜଣେ ମହିଳା ଅମ୍ପାୟାର ଆଜି ଖେଳ ପରିଚାଳନା କରିଛନ୍ତି । ଅଷ୍ଟ୍ରେଲିଆର ଏହି ୩୧ ବର୍ଷ ବୟସ୍କା ମହିଳାଙ୍କ ନାଁ ହେଉଛି କ୍ଲେୟର ପୋଲୋସାକ୍‌ । ନାମିବ୍ୟାର ଓ୍ଵିଣ୍ଡହୋକ୍‌ ଠାରେ ଚାଲିଥିବା ବିଶ୍ୱ କ୍ରିକେଟ୍‌ ଲିଗ୍‌ ଡିଜିଜନ୍‌-୨ରେ ଆଜି ହେଉଛି ଫାଇନାଲ୍‌ ମ୍ୟାଚ୍‌ । ଏଥରେ ନିମିବ୍ୟା ଏବଂ ଓମାନ୍‌ ପରସ୍ପରକୁ ଭେଟୁଛନ୍ତି । ଏହି ମ୍ୟାଚ୍‌ରେ ଅମ୍ପାୟାରିଂ କରି ଇତିହାସ ରଚିଛନ୍ତି ପୋଲୋସାକ୍‌ । ପୂର୍ବରୁ ସେ ୨୦୧୭ରେ ପ୍ରଥମ ମହିଳା ଅମ୍ପାୟାର ଭାବେ ଅଷ୍ଟ୍ରେଲିଆର ଘରୋଇ ପ୍ରତିଯୋଗିତା ଜେଏଲ୍‌ଟି କପ୍‌ରେ ମଧ୍ୟ ଖେଳ ପରିଚାଳନା କରିଥିଲେ ।

WOMEN UMPAIRE-4

ସେହିପରି ଗତ ଡିସେମ୍ବର ମାସରେ ପୋଲୋସାକ ଏବଂ ତାଙ୍କ ସହଯୋଗୀ ଏଲୋଇସ୍‌ ସେରିଡାନ୍‌ ଆଡିଲେଡ୍‌ ଠାରେ ଏକ ପେସାଦାର ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ । ପୁରୁଷ ମ୍ୟାଚ୍‌ରେ ଦୁଇଜଣ ମହିଳା ଅମ୍ପାୟାରିଂ କରିବା ଏହା ଥିଲା ପ୍ରଥମ ଘଟଣା । ଆଉ ଏବେ ପ୍ରଥମଥର ଆନ୍ତର୍ଜାତିକ ମ୍ୟାଚ୍‌ରେ ଅମ୍ପାୟାରିଂ କରି ସେ ବହୁତ ଖୁସି ବୋଲି କ୍ଲେୟର ପୋଲୋସାକ୍‌ କହିଛନ୍ତି । ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.