Below header

କଠିନ ପରିଶ୍ରମ ଓ ଅନୁଶାସନ ପାଇଁ ପ୍ରଥମ ଚେଷ୍ଟାରେ ଓଜେଏସ ପରୀକ୍ଷାରେ ସଫଳତା ପାଇଲେ ଚାଷୀ ଝିଅ

ପରିବାରର ଖୁସି କହିଲେ ନସରେ । କାହିଁକି ଝିଅ ଆଜି ସୁନାମ ଆଣିଛି । କଠିନ ପରିଶ୍ରମର ଉଚିତ୍ ଫଳ ପାଇଛି । ଦର୍ଶକବନ୍ଧୁ ପ୍ରକାଶ ପାଇଛି ଓଡିଶା ଜୁଡିସିଆଲ ସର୍ଭିସ ୨୦୨୪ ପରୀକ୍ଷା ଫଳ । ଯେଉଁଥିରେ ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ପଳସା ଗ୍ରାମର ସଫଳ କୃଷକ ପ୍ରମୋଦ ରଥଙ୍କ କନିଷ୍ଠ କନ୍ୟା ପ୍ରଣତି ରଥ ସଫଳତା ଲାଭ କରିଛନ୍ତି ।

ଜଗତସିଂହପୁର(କେନ୍ୟୁଜ):  ପରିବାରର ଖୁସି କହିଲେ ନସରେ । କାହିଁକି ଝିଅ ଆଜି ସୁନାମ ଆଣିଛି । କଠିନ ପରିଶ୍ରମର ଉଚିତ୍ ଫଳ ପାଇଛି । ଦର୍ଶକବନ୍ଧୁ ପ୍ରକାଶ ପାଇଛି ଓଡିଶା ଜୁଡିସିଆଲ ସର୍ଭିସ ୨୦୨୪ ପରୀକ୍ଷା ଫଳ । ଯେଉଁଥିରେ ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ପଳସା ଗ୍ରାମର ସଫଳ କୃଷକ ପ୍ରମୋଦ ରଥଙ୍କ କନିଷ୍ଠ କନ୍ୟା ପ୍ରଣତି ରଥ ସଫଳତା ଲାଭ କରିଛନ୍ତି। ଏହି ପରୀକ୍ଷାରେ ସେ ୩୬ ତମ ସ୍ଥାନ ଅଧିକାର କରିଛନ୍ତି । ଏନେଇ ପରିବାର ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ ।

ବାପା ଜଣେ ସାଧାରଣ ସଫଳ ଚାଷୀ ଆଉ ମାଆ ଜଣେ ସୁଗୃହିଣୀ । ଏହି ସଫଳତା ପଛରେ ଭଗବାନଙ୍କର ଆଶୀର୍ବାଦ, ଜେଜେବାପା ସ୍ୱର୍ଗତ ପିତାମ୍ବର ରଥଙ୍କ ଆଶୀର୍ବାଦ ଓ ଜେଜେମା ,ବାପା,ବୋଉ ,ଦାଦା, ଖୁଡି ସମସ୍ତଙ୍କର ପ୍ରେରଣା ଓ ଆଶୀର୍ବାଦ ତାଙ୍କୁ ଏହି ସଫଳତା ଦେଇଛି ବୋଲି ପ୍ରଣତି କହିବାସହ ଅନୁଶାସନ ଓ କଠିନ ପରିଶ୍ରମ ଦ୍ୱାରା ସଫଳତା ନିଶ୍ଚୟ ପ୍ରାପ୍ତ ହେବ ବୋଲି ସେ କହିଛନ୍ତି । ନ୍ୟାୟିକ ବ୍ୟବସ୍ଥାରେ ସେ ରହି ଲୋକମାନଙ୍କୁ ସର୍ବଦା ଉଚିତ ନ୍ୟାୟ ପ୍ରଦାନ କରିବାକୁ ଚେଷ୍ଟା କରିବେ ବୋଲି ଆଶା ରଖିଛନ୍ତି ।

ପ୍ରଣତି ଗୋପାଳ ବିଦ୍ୟାପୀଠ, ସରାମ୍ବୋରେ ଦଶମ ଶ୍ରେଣୀ ସଫଳତାର ସହ ଅଧ୍ୟୟନ ଶେଷ କରି କଟକର ରେଭେନସା କଲେଜରେ ଯୁକ୍ତଦୁଇ କଳା ଏବଂ ଯୁକ୍ତତିନି କଳା ଶେଷ କରିଥିଲେ। ଯୁକ୍ତ ତିନି ଦର୍ଶନ ବିଭାଗ ସମ୍ମାନରେ ସଫଳତା ପାଇ ମାନ୍ୟବର ରାଜ୍ୟପାଳ ଗଣେଶି ଲାଲଙ୍କଠାରୁ ସ୍ଵର୍ଣପଦକ ଗ୍ରହଣ କରିଥିଲେ। ସ୍କୁଲ ,କଲେଜ ଅଧ୍ୟୟନ ସମୟରେ ନିଜର ପାରଦର୍ଶିତା ପାଇଁ ସେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ସମ୍ନାନିତ ହୋଇଛନ୍ତି ।

କଲେଜ ଶିକ୍ଷା ପରେ କଟକର ମଧୁସୂଦନ ଆଇନ୍ ବିଶ୍ଵ ବିଦ୍ୟାଳୟରେ ତିନି ବର୍ଷୀୟା ଆଇନ୍ ସ୍ନାତକ ଡିଗ୍ରୀ ହାସଲ କରିଥିଲେ, ପରେ ତାଙ୍କ ଦାଦା ଙ୍କ ପ୍ରେରଣାରେ ଜୁଡିସିଆଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ଚଳାଇଥିଲେ । ଯାହାର ଫଳାଫଳ ସେ ହାସଲ କରିଛନ୍ତି । ଏହି ଜୁଡିସିଆଲ ସର୍ଭିସ ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ହିଁ ସେ ଏହି ସଫଳତା ପାଇଛନ୍ତି ।

ତାଙ୍କର ଏହି ସଫଳତାରେ ଜଗତସିଂହପୁର ଅଞ୍ଚଳର ଜନସାଧାରଣ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବାପା ଜଣେ ସାଧାରଣ କୃଷକ ହୋଇଥିବାରୁ ବହୁ କଷ୍ଟ ସହି କରି ଝିଅ କୁ ପାଠ ପଢାଈ ଥିଲେ। ଯିଏ କି ଆଜି ତାଙ୍କ ନାମ ରଖିବା ସହିତ ଜଗତସିଂହପୁର ଜ଼ିଲ୍ଲା ର ସୁନାମ ବଢ଼ାଇଛନ୍ତି । ବାପା ମା ଙ୍କ ସମେତ ସମସ୍ତେ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.