ଏ ବର୍ଷର ଶେଷ ‘ମନ୍‌ କି ବାତ୍‌’ ; ୨୦୨୩ରେ ଅନେକ ସଫଳତା ମିଳିଛି ୨୦୨୪ରେ ବଜାୟ ରଖିବାକୁ ଆହ୍ବାନ ଦେଲେ ମୋଦି

ନୂଆବର୍ଷର ଶୁଭେଚ୍ଛା ଜଣାଇ ବର୍ଷର ଶେଷ ‘ମନ୍ କି ବାତ୍’ ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶକୁ ସମ୍ବୋଧନ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି । ଅଭିଭାଷଣରେ ନେସନ୍ ଫାଷ୍ଟ ମନ୍ତ୍ର, ଫିଟନେସ୍ ସମ୍ପର୍କରେ ଯୁବ ବର୍ଗଙ୍କୁ ପରାମର୍ଶ ଏବଂ AI ଟୁଲ୍ ପ୍ରସଙ୍ଗରେ ମତ ରଖିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ‘ଫିଟ୍ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ଦେଶବାସୀଙ୍କ ପ୍ରତିକ୍ରିୟାକୁ ପ୍ରଶଂସା କରି ମୋଦି ଶାରୀରିକ ସାମର୍ଥ୍ୟ ସହିତ ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ଉପରେ ଆଲୋଚନା କରିଛନ୍ତି ।

ନୂଆଦିଲ୍ଲୀ : ନୂଆବର୍ଷର ଶୁଭେଚ୍ଛା ଜଣାଇ ବର୍ଷର ଶେଷ ‘ମନ୍ କି ବାତ୍’ ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶକୁ ସମ୍ବୋଧନ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି । ଅଭିଭାଷଣରେ ନେସନ୍ ଫାଷ୍ଟ ମନ୍ତ୍ର, ଫିଟନେସ୍ ସମ୍ପର୍କରେ ଯୁବ ବର୍ଗଙ୍କୁ ପରାମର୍ଶ ଏବଂ AI ଟୁଲ୍ ପ୍ରସଙ୍ଗରେ ମତ ରଖିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ‘ଫିଟ୍ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ଦେଶବାସୀଙ୍କ ପ୍ରତିକ୍ରିୟାକୁ ପ୍ରଶଂସା କରି ମୋଦି ଶାରୀରିକ ସାମର୍ଥ୍ୟ ସହିତ ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ଉପରେ ଆଲୋଚନା କରିଛନ୍ତି ।

ମନ୍ କି ବାତରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର, କ୍ରିକେଟର ହରମନପ୍ରୀତ କୌର ଏବଂ ସଦଗୁରୁଙ୍କ ଅଡିଓ ବାର୍ତ୍ତା ଶୁଣାଇଥିଲେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଗୁରୁତ୍ବ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଭିନବ ପ୍ରଯୁକ୍ତିବିଦ୍ୟା ସମାଜର ବିଭିନ୍ନ କ୍ଷେତ୍ରରେ ସୁବିଧା କରିଛି। ୨୦୨୩ରେ ଅନେକ ସଫଳତା ମିଳିଛି, ୨୦୨୪ରେ ଏହାକୁ ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ମୋଦି। ପ୍ରତ୍ୟେକ ଭାରତୀୟ ଭୋକାଲ ଫର୍ ଲୋକାଲକୁ ଗୁରୁତ୍ବ ଦେଉଛନ୍ତି । ଭାରତକୁ ନେଇ ସବୁଆଡେ ଆଶା ଓ ଉତ୍ସାହର ମାହୋଲ । ଭାରତର ସଫଳତା ସବୁ ଦେଶବାସୀଙ୍କ ସଫଳତା ବୋଲି କହିଛନ୍ତି ମୋଦି । ଦେଶର ବିକାଶ ପାଇଁ ଆମକୁ ନିରନ୍ତର କାମ କରିବାକୁ ପଡ଼ିବ । .

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.