Below header

ବିନା ଟ୍ରାକରେ ଦୌଡିବ ଏହି ଟ୍ରେନ୍‌ ଜାଣନ୍ତୁ ଏହି ଟ୍ରେନ୍‌ କେଉଁଠି ଚାଲୁଛି କିଏ ତିଆରି କରିଛି

ସବୁଠାରୁ ଖାସ୍‌ କଥା ହେଉଛି ଏହି ଟ୍ରେନକୁ ତିଆରି କରିବାରେ ଆଉ ଚଲାଇବାରେ ଅଲଗା ସାଧାରଣ ଟ୍ରେନ୍‌ ଠାରୁ ବହୁତ କମ୍‌ ସମୟ ଲାଗିଥାଏ ।

ବିନା ଟ୍ରାକରେ ଦୌଡିବ ଏହି ଟ୍ରେନ୍‌ । ଏହି ଟ୍ରେନ୍‌ ପାଇଁ କୌଣସି ରେଳ ଟ୍ରାକ୍‌ ନାହିଁ ଆବଶ୍ୟକତା । ବିନା ଟ୍ରାକରେ ବି ଏହା ଖୁବ ସୁନ୍ଦର ଭାବେ ପହଁଚିପାରିବ ନିଜ ଗନ୍ତବ୍ୟ ସ୍ଥଳରେ । ହାଇଟେକ୍‌ ଟେକନିକ୍‌ ମାମଲାରେ ଚାଇନା ସାରା ଦୁନିଆକୁ ପଛରେ ପକାଇବାକୁ ଚେଷ୍ଟା ଚଲାଇଛି । ନିକଟରେ ଚାଇନା ଏକ ଏମିତି ଟ୍ରେନ୍‌ ତିଆରି କରିଛି ଯାହା ବିନା ଟ୍ରାକରେ ଦୌଡିବ । ସବୁଠାରୁ ଖାସ୍‌ କଥା ହେଉଛି ଏହି ଟ୍ରେନକୁ ତିଆରି କରିବାରେ ଆଉ ଚଲାଇବାରେ ଅଲଗା ସାଧାରଣ ଟ୍ରେନ୍‌ ଠାରୁ ବହୁତ କମ୍‌ ସମୟ ଲାଗିଥାଏ ।

ବଡ ସହରରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ପ୍ରତ୍ସାହନ ଦେବା ପାଇଁ ଚିନ୍‌ ପ୍ରଥମ ଥର ପାଇଁ ଏହି ଟ୍ରାକ୍‌ ଲେସ୍‌ ଟ୍ରେନ୍‌ ତିଆରି କରିଛି । ଏହି ଟ୍ରେନ୍‌ ଭର୍ଚୁଆଲ ଟ୍ରାକରେ ହିଁ ଚାଲିଥାଏ । ଚୀନର ହୁନାନ୍‌ ପ୍ରାନ୍ତର ଝୁଝାଉ ସହରରେ ଏହି ଟ୍ରେନର ଟ୍ରାଏଲ କରାଯାଇଛି, ଯାହା ସଫଳ ମଧ୍ୟ ହୋଇଛି ।

ତେବେ ଖାସ୍‌ କଥା ହେଉଛି ଏହି ଟ୍ରେନ୍‌ ଏକଦମ୍‌ ପ୍ରଦୁଷଣ ମୁକ୍ତ । ଚୀନ ରେଳ କର୍ପୋରେସନ ବର୍ଷ ୨୦୧୩ରେ ଏହି ଟ୍ରେନର ଡିଜାଇନ ତିଆରି କରିବା ଆରମ୍ଭ କରିଥିଲା । ତେବେ କହିବାକୁ ଚାହିଁବୁ ଯେ ଦଶ ମିନିଟର ଚାର୍ଜିଙ୍ଗରେ ଏହା ୨୫ କିମି ଯାତ୍ରା କରିବ । ଏହା ଅଧିକରୁ ଅଧିକ ୭୦ କିମି ପ୍ରତି ଘଣ୍ଟା ରହିଛି ।

ପାରମ୍ପରିକ ଟ୍ରେନ୍‌ ଠାରୁ ସମ୍ପୂର୍ଣ୍ଣ ବିପରୀତ ଏଥିରେ ବସ୍‌ ଟ୍ରକ୍‌ ଭଳି ଷ୍ଟିୟରିଙ୍ଗ୍‌ ଲାଗିଛି । ଯାହା ସାହାଯ୍ୟରେ ଡ୍ରାଇଭର ଏହାକୁ ମୋଡି ପାରିବ ଏବଂ ଆପତକାଳୀନ ସ୍ଥିତିରେ ଏହା ବସ୍‌ ଭଳି ଆପଣ ରାସ୍ତାରେ ଚାଲୁଥିବାର ଦେଖିବାକୁ ପାଇବେ । ଟ୍ରେନରେ ପ୍ଲାଷ୍ଟିକର କୋରରେ ରବର ହ୍ଵିଲ୍ସର ବ୍ୟବହାର କରାଯାଇଛି । ଏଥିପାଇଁ ନୂଆ ଟେକନିକର ବ୍ୟବହାର କରାଯାଇଛି ।

ପାରମ୍ପରିକ ସବେଓ୍ଵ ସିଷ୍ଟମ ତୁଳନାରେ ଏହାର ଖର୍ଚ୍ଚ ପଞ୍ଚମ ଭାଗ ସହ ସମାନ୍‌ । ଗୋଟିଏ ସବେଓ୍ଵ ସିଷ୍ଟମର ଖର୍ଚ୍ଚ ଏହି ନୂଆ ଟ୍ରେନ୍‌ ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ସେବା ଦେଇପାରିଥାଏ । ଏହାର ଲମ୍ବ ୧୦୦ ଫୁଟ ରଖାଯାଇଛି । ଯେଉଁଥିରେ ଏକାସାଥିରେ ୩୦୭ ଜଣ ଯାତ୍ରୀ ଯାତ୍ରା କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.