ଶ୍ରୀକ୍ଷେତ୍ର ଅଭିମୁଖେ ଜୟ ଜଗନ୍ନାଥ ଅର୍ପଣ ରଥ

ଜୟ ଜଗନ୍ନାଥ ଧ୍ବନିରେ ପୁରପଲ୍ଲୀ ମୁଖରିତ । ସାରା ରାଜ୍ୟରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ଜୟ ଜଗନ୍ନାଥ ଅର୍ପଣ ରଥ ।  ଜୟ ଜଗନ୍ନାଥ ଧ୍ବନି, ହରିବୋଲ ଓ ହୁଳୁହୁଳିରେ ମୁଖରିତ ହେଉଛି ଗାଁ ଦାଣ୍ଡ ।

ଜୟ ଜଗନ୍ନାଥ ଧ୍ବନିରେ ପୁରପଲ୍ଲୀ ମୁଖରିତ । ସାରା ରାଜ୍ୟରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ଜୟ ଜଗନ୍ନାଥ ଅର୍ପଣ ରଥ ।  ଜୟ ଜଗନ୍ନାଥ ଧ୍ବନି, ହରିବୋଲ ଓ ହୁଳୁହୁଳିରେ ମୁଖରିତ ହେଉଛି ଗାଁ ଦାଣ୍ଡ ।  ଘର ଘର ବୁଲି ସଂଗ୍ରହ ହେଉଛି ଗୁଆ ଓ ଚାଉଳ ।  ଗାଁ ଦାଣ୍ଡରେ ମୁରୁଜ ଓ ଚିତା ପଡ଼ିଛି ।  ପ୍ରତି ପଞ୍ଚାୟତର ସବୁ ଗାଁକୁ ଯିବ ଜଗନ୍ନାଥ ଅର୍ପଣ ରଥ  ।  ଘର ଘର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରି ଶ୍ରୀକ୍ଷେତ୍ରକୁ ପଠାଯିବ  l  ପିଇଓ ଓ ଜିଆରଏସ୍ ମାନେ ପଞ୍ଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ଵ ନିର୍ବାହ କରୁଛନ୍ତି ।

ଏପଟେ ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ସଜେଇ ହେଉଛି ପୁରୀ ।  ବଡଦାଣ୍ଡର ଉଭୟ ପାର୍ଶ୍ଵର ସରକାରୀ ଓ ବେସରକାରୀ ବିଲ୍ଡିଂ ଗୁଡିକ ଗୋଲାପୀ ରଙ୍ଗରେ ରଙ୍ଗେଇ ହେଉଛି ।  ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି  ।  ଆଗାମୀ ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।  ଜାନୁଆରୀ ୧୧ ସୁଦ୍ଧା ପରିକ୍ରମା ପ୍ରକଳ୍ପକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.