ଭାରତ-ଆଫ୍‌ଗାନିସ୍ତାନ ମ୍ୟାଚ୍: ଟିମ୍‌ ଇଣ୍ଡିଆ ପାଇଁ ପୁଣି ଏକ ସମସ୍ୟା! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଟି୨୦ ସିରିଜ୍‌ରୁ ବାଦ୍‌

ଭାରତୀୟ ଟିମ୍‌କୁ ଟି-୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ବଡ଼ ଝଟ୍‌କା ଲାଗିଛି । ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଭେଟେରାନ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆହତଜନିତ କାରଣରୁ ଖେଳି ପାରିବେ ନାହିଁ ।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ୍ ଜାନୁୟାରୀ ୧୧ରେ ଖେଳାଯିବ । ଏହାପୂର୍ବରୁ ଶନିବାର ଆଫଗାନିସ୍ତାନ ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ନିଜର ଦଳ ଘୋଷଣା କରିଥିଲା । କିନ୍ତୁ ଏବେ ଭାରତୀୟ ଟିମ୍‌କୁ ସିରିଜ ଆରମ୍ଭ ହେବା ପୂର୍ବରୁ ବଡ଼ ଝଟ୍‌କା ଲାଗିଛି । ବାସ୍ତବରେ, ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଭେଟେରାନ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆହତଜନିତ କାରଣରୁ ଖେଳି ପାରିବେ ନାହିଁ ।

ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ନ ଖେଳିବା ଭାରତୀୟ ଦଳ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି । ଯଦିଓ ଏହାପୂର୍ବରୁ କୁହାଯାଉଥିଲା କି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆଫଗାନିସ୍ତାନ ସିରିଜରୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । କିନ୍ତୁ ଏବେ ଭାରତୀୟ ଫ୍ୟାନ୍‌ମାନଙ୍କୁ ନିରାଶ ହେବାକୁ ପଡ଼ିଛି ।

ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆଘାତ ଲାଗିଥିଲା । ତେବେ ରିପୋର୍ଟ ମୁତାବକ, ଆଇପିଏଲ୍‌ ୨୦୨୪ ଆରମ୍ଭ ପୂର୍ବରୁ ଉଭୟ ଖେଳାଳି ସମ୍ପୂର୍ଣ୍ଣ ରୂପେ ଫିଟ୍ ହୋଇଯିବେ । ଅର୍ଥାତ୍‌, ଆଇପିଏଲ୍‌ ୨୦୨୪ ପାଇଁ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଉପଲବ୍ଧ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.