Below header

ଡଙ୍ଗାରେ ଡେଇଁ ଡେଇଁ ବିୟର ପିଇବାକୁ ଲାଗିଲା ମାଛ, ଦେଖିଲେ ଆଖିକୁ ବି କରି ପାରିବେନି ବିଶ୍ୱାସ

ସୋସିଆଲ ମିଡିଆରେ ମାଛମାନଙ୍କର ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ। ଯାହାକୁ ଦର୍ଶକେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଏକ ମାଛର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ମାଛ ଡଙ୍ଗା ପାଖକୁ ଆସି ଜଣେ ବ୍ୟକ୍ତିଙ୍କ ଠାରୁ ବିୟର ପିଉଥିବା ଦେଖାଯାଇଛି। ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓଟିକୁ ସେୟାର କରି ସୁଶାନ୍ତ କ୍ୟାପସନ୍‌ ଲେଖିଛନ୍ତି ‘ମାଛ ଭଳି ବିୟର ପିଅନ୍ତୁ। ଦେଖନ୍ତୁ ଏ ମାଛ କେତେ ଭାଗ୍ୟଶାଳୀ। ଏହି ଗରମ ଦିନରେ ଥଣ୍ଡା ବିୟରର ମଜା ଉଠାଉଛି’।

ଦେଖନ୍ତୁ ଭିଡିଓ:

ଭିଡିଓରେ ଏକ ମାଛ ପ୍ରଥମେ ଡଙ୍ଗା ନିକଟକୁ ଆସୁଛି। ମାଛକୁ ଦେଖି ଡଙ୍ଗାରେ ବସିଥିବା ବ୍ୟକ୍ତି ତାକୁ ବିୟର କ୍ୟାନ୍‌ ଦେଖାଉଛନ୍ତି। ମାଛଟି ସିଧାସଳଖ କ୍ୟାନ୍‌ରୁ ହିଁ ବିୟର ପିଉଛି। ୧୮ ସେକେଣ୍ଡର ଏହି ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓକୁ ଏବେ ଯାଏଁ ୭ ହଜାରରୁ ଅଧିକ ଥର ଦେଖାସରିଲାଣି। ଏଥିସହ ୭୦୦ରୁ ଊର୍ଦ୍ଧ୍ୱ ଲାଇକ୍‌ ଓ ୧୦୦ ରୁ ଅଧିକ ଥର ରିଟ୍ଵିଟ୍‌ କରାଯାଇଛି।

ଭିଡିଓରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ‘ ଭିଡିଓ ଦେଖି ମଜା ଆସିଗଲା’। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ‘ମୁଁ ଏଭଳି ପ୍ରଥମ ଥର ଦେଖୁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.