Below header

ସୋପିଆନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର(କେନ୍ଯୁଜ୍): ଜମ୍ମୁ ଓ କଶ୍ମୀରର ସୋପିଆନ୍ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନା ମୁତାବକ ସୋପିଆନ୍‌ ପିଞ୍ଜୋରା ଅଞ୍ଚଳରେ ଆଜି ସକାଳୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ଓ ଜାମ୍ମୁ କାଶ୍ମୀର ପୋଲିସ।  ସ୍ଥାନୀୟ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଠୋସ୍‌ ସୂଚନା ମିଳିବା ପରେ ଆଜି ସକାଳେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ।

encounterରିପୋର୍ଟ ଅନୁଯାୟୀ ୪ ଆତଙ୍କାବଦୀ ହିଜାବୁଲ ମୁଜାହିଦ୍ଦିନ ଓ ଜୈସ ଇ ମହମ୍ମଦ ଆତଙ୍କବାଦୀ ସଂଗଠନର ବୋଲି ଜଣାପଡିଛି। ୨୪ ଘଣ୍ଟାରେ ପୋଲିସ ପକ୍ଷରୁ ଏହା ଦ୍ୱିତୀୟ ଏନକାଉଣ୍ଟର। ଗତକାଲି ସୋପିଆନ୍‌ ରେବାନ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୫ ଆତଙ୍କବାଦୀ । ନିହତ ଆତଙ୍କବାଦୀଙ୍କ ଭିତରେ ଅଛି ହିଜବୁଲ ମୁଜାହିଦ୍ଦିନ୍‌ର କମାଣ୍ଡର ଫାରୁକ୍‌ ଆସାଦ ନାଲୀ । ଆଜିର ଘଟଣାକୁ ମିଶାଇ ଗତ ଦୁଇ ଦିନରେ ସୁରକ୍ଷାକର୍ମୀଙ୍କ ଗୁଳିରେ କେବଳ ସୋପିଆନ୍ ଜିଲ୍ଲାରେ ୯ଜଣ ଆତଙ୍କବାଦୀ ନିହତ ହୋଇସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.