Below header

ସାଇକେଲ ମେକାନିକରୁ ମାଇକ୍ରୋ ଆଟିଷ୍ଟ: ଚାଉଳ ଉପରେ ଗୀତ ଗୋବିନ୍ଦ ଲେଖି ଚର୍ଚ୍ଚାରେ ମୁନ୍ନା ମାହାଣା

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର ମୁନ୍ନା ମାହାଣା । ଯିଏ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏବେ ତିଆରି କରିଛନ୍ତି ଭିନ୍ନ କିଛି । ସୁକ୍ଷ୍ମ ତୂଳୀରେ ଚାଉଳ ଉପରେ ସେ ଗୀତ ଗୋବିନ୍ଦ ଲେଖିଥିବାବେଳେ ଛୋଟ ଶଙ୍ଖରେ ଆଙ୍କିଛନ୍ତି ତ୍ରିମୂର୍ତ୍ତିଙ୍କ ଚିତ୍ର ।

ସୁବର୍ଣ୍ଣପୁର(କେନ୍ୟୁଜ୍): କୁହାଯାଏ ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଅସାଧ୍ୟକୁ ବି ସାଧ୍ୟ କରିହୁଏ । ଯାହାକୁ ଆମେ ଅସମ୍ଭବ ବୋଲି ଭାବିଥାଉ, ସେହିକାମ ଆମପାଇଁ ସମ୍ଭବ ହୋଇ ରହିଥାଏ । ତେବେ ଏହାରି ଭିତରେ ପାଖେଇ ଆସୁଛି ରଥଯାତ୍ରା । ଏଣୁ ରଥଯାତ୍ରାକୁ ଦୃଷ୍ଟିରେ ରଖି ଚିତ୍ରଶିଳ୍ପୀଙ୍କ ରଙ୍ଗ ତୂଳୀ ବୋଲମାନୁନି। କିଏ ରଥ ନିର୍ମାଣ କରୁଛନ୍ତି ତ ଆଉ କିଏ ନିର୍ମାଣ କରୁଛନ୍ତି ଜଗନ୍ନାଥ,ଭଳବଦ୍ର ଆଉ ସୁଭଦ୍ରାଙ୍କ ଚିତ୍ର । ଏସବୁ ଭିତରେ ପଛରେ ପଡିନାହଁନ୍ତି ମୁନ୍ନା ମାହାଣା।

ଏ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର ମୁନ୍ନା ମାହାଣା । ଯିଏ ଜଣେ ମାଇକ୍ରୋ ଆଟିଷ୍ଟ । କେତେବେଳେ ସାଇକେଲ ସ୍ପେୟାରପାର୍ଟ ତ ଆଉ କେତେବଳେ ମୋଟରସାକେଲ ସ୍ପେୟାରପାର୍ଟରେ ତ୍ରିମୂର୍ତ୍ତି ଓ ଜଗନ୍ନାଥଙ୍କ ବିଭିନ୍ନ ଅବାତାର ତିଆରି କରି ଚର୍ଚ୍ଚାରେ ରହିଆସିଥାନ୍ତି । ତେବେ ମୁନ୍ନା ଏବେ କିଛି ନୂଆ କରିଦେଖାଇବାରେ ମଗ୍ନ ରହିଛନ୍ତି । ଜଗନ୍ନାଥଙ୍କ ପ୍ରଚାର ପ୍ରସାର ପାଇଁ ମୁନ୍ନା ସବୁବେଳେ ତାଙ୍କର ତୂଳୀକୁ ଚଲାଇଥାନ୍ତି ।

ଏପଟେ ମାଇକ୍ରୋ ଆର୍ଟ ପାଇଁ ପୂର୍ବରୁ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନିତ ହୋଇସାରିଥିବା ମୁନ୍ନା ଏବେ ପୁଣି କିଛି ନୂଆ କରିବାର ନିଶାରେ ଲାଗିପଡିଛନ୍ତି । ରଥଯାତ୍ରାକୁ ଦୃଷ୍ଟିରେ ରଖି ଏବେ ମୁନ୍ନା ତିଆରି କରିଛନ୍ତି ଭିନ୍ନ କିଛି । ସୁକ୍ଷ୍ମ ତୂଳୀରେ ଚାଉଳ ଉପରେ ସେ ଗୀତ ଗୋବିନ୍ଦ ଲେଖିଥିବାବେଳେ ଛୋଟ ଶଙ୍ଖରେ ଆଙ୍କିଛନ୍ତି ତ୍ରିମୂର୍ତ୍ତିଙ୍କ ଚିତ୍ର । ସେହିଭଳି ତାଙ୍କଦ୍ୱାରା ଅଙ୍କାଯାଇଥିବା ମୟୁର ପୁଚ୍ଛରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ହୋଇଥିବା ଦେଖିବାକୁ ମିଳେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.