Below header

ହାତରେ ଧରିଥିଲେ ବ୍ୟକ୍ତି, ହଠାତ୍‌ ଉଡ଼ିବାକୁ ଲାଗିଲେ ‘ସୁନେଲି କଇଁଛ’! ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଛୋଟ ଛୋଟ ସୁନେଲି ରଙ୍ଗର କଇଁଛଙ୍କୁ ଦେଖିବାକୁ ମିଳୁଛି। ଏହି କଇଁଛଗୁଡ଼ିକୁ ଜଣେ ବ୍ୟକ୍ତି ହାତରେ ଧରିଛନ୍ତି। ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଭିଡିଓଟିକୁ ଟ୍ଵିଟରରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି କି, ‘ଯିଏ ଚମକିଥାଏ, ତାହା ସୁନା ହୋଇଥାଏ। ଏହି ଗୋବର ପୋକ ଦକ୍ଷିଣ-ପୂର୍ବ ଏସିଆରୁ ମିଳିଛନ୍ତି।’ କିନ୍ତୁ ବାସ୍ତବରେ, ଏହା କୌଣସି କଇଁଛ ନୁହନ୍ତି, ବରଂ କଇଁଛ ଭଳି ଦେଖାଯାଉଥିବା ଗୋବର ପୋକ।

ଭିଡିଓରେ ଦେଖାଯାଉଛି, ଏହି ପୋକଗୁଡ଼ିକ ଉଡ଼ୁଛନ୍ତି। ଜଣେ ବ୍ୟକ୍ତି ୩ଟି ସୁନେଲି ରଙ୍ଗର ଗୋବର ପୋକକୁ ହାତରେ ଧରିଛନ୍ତି ଏବଂ ଏହି ପୋକ ବାରମ୍ବାର ନିଜ ଡେଣା ଖୋଲୁଛନ୍ତି। Golden Tortoise Beetle ନାମକ ଏହି ପୋକ ଖୁବ ଆକର୍ଷଣୀୟ ଦେଖାଯାଉଛନ୍ତି।

କହି ରଖୁଛୁ, Golden Tortoise Beetleର ଲମ୍ବା ୫ରୁ ୭ ମିଲିମିଟର ହୋଇଥାଏ। ଏମାନେ ଅନେକ ରଙ୍ଗର ହୋଇଥାଆନ୍ତି। କିଛି ଗୋବର ପୋକ ଲାଲ୍‌ ଏବଂ ମାଟିଆ ରଙ୍ଗର ହୋଇଥାଆନ୍ତି, ଯାହାଙ୍କ ଶରୀରରେ କଳା ଚିହ୍ନ ରହିଥାଏ। ଆଉ କିଛି ସୁନା ପରି ଦେଖାଯାଆନ୍ତି, ଏମାନଙ୍କୁ Goldbug ନାଁରେ ଜଣାଯାଇଥାଏ। ରିପୋର୍ଟ ମୁତାବକ, ଏହି ପୋକର ରଙ୍ଗ ତାଙ୍କ ବିକାଶ ଅନୁସାରେ ବଦଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.