Below header

ବୃଦ୍ଧାଶ୍ରମରେ ଜେଜେ ମା’ଙ୍କ ସହ ନାତୁଣୀର ମିଳନ : ଜାଣନ୍ତୁ ଫଟୋ ପଛର ଭାଇରାଲ୍ ସତ କଣ ?

ସୋସିଆଲ୍ ମିଡିଆରେ ଗତ କିଛି ଦିନ ହେବ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ଅନେକ ନାମୀ ଲୋକ ମଧ୍ୟ ନିଜ ଆକାଉଂଟରେ ସେୟାର୍ କରୁଛନ୍ତି । ଏହି ଫଟୋରେ ଜଣେ ବୟସ୍କ ମହିଳାଙ୍କ ସହ ଜଣେ ଛୋଟ ଝିଅ ନଜର ଆସୁଛି । ଆଉ ଉଭୟଙ୍କ ଆଖିରେ ଲୁହ ଦେଖିବାକୁ ମିଳୁଛି । ଏହି ଫଟୋ ଉଭୟ ଫେସବୁକ୍ ଏବଂ ଟୁଇଟରରେ ଦେଖିବାକୁ ମିଳୁଛି । କ୍ରିକେଟର୍ ହରଭଜନ ସିଂହ ଏବଂ ଆଇପିଏସ୍ ଅଧିକାରୀ ନବନୀତ୍ ସିକେରା ମଧ୍ୟ ଏହି ଫଟୋକୁ ସେୟାର୍ କରିଛନ୍ତି ।

ଏହା ସହ ପଢନ୍ତୁ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଛାତ ଉପରେ ହେଲିକପ୍ଟର ଅବତରଣ କରାଇଲେ କମାଣ୍ଡର : ଦେବଦୂତ ହୋଇ ବଂଚାଇଲେ ୨୬ ଜୀବନ

ତେବେ ଏହି ଫଟୋ ଯେତିକି ଭାବୁକ ସେତିକି ସମ୍ବେଦନଶୀଳ ଏହାର ପଛର କାହାଣୀ । ଫଟୋରେ ଦେଖିବାକୁ ମିଳିଛି ଝିଅଟି ଏକ ସ୍କୁଲ ୟୁନିଫର୍ମରେ ଅଛି । ବିବିସି ଅନୁସାରେ ଏହି ଫଟୋଟି ୨୦୦୭ର । ସୂଚନା ଅନୁଯାୟୀ, ସ୍କୁଲ ତରଫରୁ ଏକ ବୃଦ୍ଧାଶ୍ରମକୁ ଉକ୍ତ ଝିଅଟି ଯାଇଛି । ଆଉ ସେଠାରେ ଦେଖିବାକୁ ପାଇଛି ନିଜ ଜେଜେ ମା’ଙ୍କୁ । ଯିଏ ଦୀର୍ଘ ବର୍ଷ ଧରି ଘରେ ନଥିଲେ । ଆଉ ଏନେଇ ଝିଅଟି ଯେତେଥର ନିଜ ବାପା ମା’ଙ୍କୁ ପ୍ରଶ୍ନ ପଚାରିଛି ସେତେଥର ଉତ୍ତର ମିଳିଛି ଜେଜେ ମା’ କୌଣସି ସଂପର୍କୀୟଙ୍କ ଘରେ ଅଛନ୍ତି ବୋଲି । ଆଉ ଦୀର୍ଘ ଦୁଇ ବର୍ଷ ପରେ ଯେତେବେଳେ ଉକ୍ତ ବୃଦ୍ଧାଶ୍ରମରେ ପରସ୍ପରଙ୍କୁ ଦେଖିବାକୁ ପାଇଛନ୍ତି ସେତେବେଳେ ଜୋରରେ କାନ୍ଦିବାକୁ ଲାଗିଛନ୍ତି ଉଭୟ । ଆଉ ଏହି ଭାବପ୍ରବଣ ମୁହୂର୍ତ୍ତକୁ ନିଜ କ୍ୟାମେରାରେ ବନ୍ଦ କରିଦେଇଥିଲେ କଳ୍ପେସନ୍ ବାଛେଛ ନାମକ ଜଣେ ଫଟୋଗ୍ରାଫର୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.