Below header

୨୪ବର୍ଷ ଯୁବକଙ୍କ ପ୍ରେମରେ ପଡିଲେ ୬୧ ବର୍ଷର ବୃଦ୍ଧା, ଶୀଘ୍ର କରିବେ ବିବାହ

ପ୍ରେମ ପାଇଁ କୌଣସି ବୟସ ସୀମା ନଥାଏ । ଏହା ଆପଣ ଅନେକ ବାର ଶୁଣିଥିବେ । ଉଦାହରଣ ମଧ୍ୟ ଦେଖିଥିବେ । ଏଭଳି ଏକ ଖବର ଆସିଛି ସୁଦୂର ଆମେରିକାରୁ । ଏଠାରେ ଜଣେ ମହିଳା(ବୃଦ୍ଧା) ପଡ଼ିଯାଇଛନ୍ତି ୨୪ ବର୍ଷିୟ ଯୁବକଙ୍କ ପ୍ରେମରେ । କଥାଟା ଶୁଣି ଅଜବ ଲାଗୁଛି ନା । କିନ୍ତୁ ଏ ଘଟଣା ସତରେ ଘଟିଛି । ୧୭ ନାତି-ନାତୁଣୀଙ୍କ ଜେଜେ ମାଆ ହୋଇଥିବା ଏହି ବୃଦ୍ଧାଙ୍କୁ ପୁଣିଥରେ ପ୍ରେମ ହୋଇଯାଇଛି ।

ବୟସର ୩୭ ବର୍ଷର ଦୂରତା ମଧ୍ୟ ପ୍ରେମ ଆଗରେ ହାର ମାନିଲା । ଏହି ବୃଦ୍ଧାଙ୍କ ନାମ Cheryl McGregor  ହୋଇଥିବା ବେଳେ ୨୪ ବର୍ଷିୟ ଯୁବକଙ୍କ ନାମ Quran McCain । ଉଭୟ ପରସ୍ପର ପ୍ରେମରେ ପାଗଳ । ଯୁବକ ଜଣକ ୧୫ ବର୍ଷ ବୟସରେ ଚେରିଲଙ୍କ ସହ ସାକ୍ଷାତ କରିଥିଲେ । ଦୁହିଁଙ୍କ ମଧ୍ୟରେ ବୁଝାମଣା ବଢ଼ିଲା ପରେ ଦୁହେଁ ପ୍ରେମରେ ପଡ଼ିଲେ । ତାଙ୍କ ପ୍ରେମରେ କାହାର ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ଦୂହେଁ ସୋସିଆଲ ମିଡିଆରେ ଖୁବ ରୋମାଣ୍ଟିକ ଫଟୋ ସେୟାର କରନ୍ତି ।

americaaa
pc: aajtak

୨୦୧୨ ମସିହା ପରେ ପରେ ଦୂହେଁ ପ୍ରେମ ସମ୍ପର୍କରେ ରହିଥିଲେ । ପରିବାର ଲୋକଙ୍କର ଏହାକୁ ନେଇ କୌଣସି ଅସୁବିଧା ମଧ୍ୟ ନାହିଁ । ଦୁହେଁ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରୁହନ୍ତି । ତାଙ୍କ ଆକାଉଣ୍ଟରେ ୮୨୬,୦୦୦ ରୁ ଅଧିକ ଫଲୋର୍ସ ଅଛନ୍ତି । ଫଟୋ ଏବଂ ଭିଡିଓରେ ୧୩ ମିଲିୟନରୁ ଅଧିକ ଲାଇକ ମଧ୍ୟ ଆସିଛି । ଖବର ମିଳିଛି ଯେ, ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.