ଶ୍ରାବଣର ଶେଷ ସୋମବାରରେ ଘରେ ବନାନ୍ତୁ ସ୍ୱାଦିଷ୍ଠ ବଙ୍ଗଳା ସନ୍ଦେଶ

ଆସନ୍ତାକାଲି ପଡୁଛି ଶ୍ରାବଣ ମାସର ଶେଷ ସୋମବାର । ଏମିତିରେ ଭଗବାନ ଶିବଙ୍କୁ ଭୋଗ ଲଗାଇବା ପାଇଁ ଘରେ ବନାଇ ପାରିବେ ସ୍ୱାଦିଷ୍ଟ ବଙ୍ଗଳା ସନ୍ଦେଶ । ଏହାକୁ ତିଆରି କରିବା ବହୁତ ସହଜ ଓ ଖୁବ୍‌ କମ୍‌ ସମୟରେ ଆପଣ ଏହାକୁ ତିଆରି କରିପାରିବେ । ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ତରିକା ।

ସାମଗ୍ରୀ :

. ୧ ଲିଟର ଦୁଧ

. ୧ ରୁ ଦେଢ଼ ଚାମଚ ଲେମ୍ବୁ ରସ

. ୫ ଚାମଚ ଚିନି

. ୪ ରୁ ୫ ଟା ପେସ୍ତା, ବାଦାମ

. ୧୦ ରୁ ୧୨ ଟି କିଶମିଶ

ପ୍ରସ୍ତୁତି ପ୍ରଣାଳୀ :

ଦୁଧକୁ ଗରମ କରନ୍ତୁ, ଯେତେବେଳେ ଏହା ଉତୁରିଯିବ ଏଥିରେ ଲେମ୍ବୁ ରସ ଢ଼ାଳନ୍ତୁ ଓ ଏହାକୁ ଧିରେ ଧିରେ ଗୋଳାନ୍ତୁ । ଯେତେବେଳେ ଦୁଧ ଓ ପାଣି ଅଲଗା ହୋଇଯିବ ସେତେବେଳେ ଏହାକୁ ଏକ ସୂତା କପଡ଼ାରେ ଛାଣି ଦିଅନ୍ତୁ । ଏହାକୁ ଏକାଠି କରି ଭଲ ଭାବେ ଚିପୁଡ଼ି ଦିଅନ୍ତୁ ।

ଏହାପରେ ଏକ ନନଷ୍ଟିକ ପ୍ୟାନରେ ଏହାକୁ ହାଲକା ଭାବେ ସେକି ଦିଅନ୍ତୁ । ଯେତେବେଳେ ଏଥିରୁ ଓଦାପଣ କମିଯିବ ତାହା ଏକାଠି ହୋଇଯିବ । ଏବେ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ।

ଥଣ୍ଡା ହୋଇଗଲେ ଏହାକୁ ସନ୍ଦେଶ ଆକାରରେ ତିଆରି କରନ୍ତୁ । ତା’ ପରେ ପେସ୍ତା, କିଶମିଶ ଓ ବାଦାମ ଏଥିରେ ଲଗାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ବଙ୍ଗଳା ସନ୍ଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.