Below header

ବିବାହ ପରେ ଭାଇରାଲ ହେଉଛି ରିୟା ଓ କରଣଙ୍କ ପ୍ରଥମ ଫଟୋ, ଦେଖନ୍ତୁ

ସରିଯାଇଛି ବିବାହ । ଏବେ ଫଟୋ ହେଉଛି ଭାଇରାଲ । ଅନିଲ କପୁରଙ୍କ ସାନ ଝିଅ ତଥା ପ୍ରଡ୍ୟୁସର ରିୟା କପୁର ବୟଫ୍ରେଣ୍ଡ କରଣ ବୁଲାନୀଙ୍କ ସହ ନିକଟ ଅତୀତରେ ବିବାହ କରିଛନ୍ତି । ଏବେ ଏହି କପଲଙ୍କ ଫଟୋ ଖୁବ ଭାଇରାଲ ହେଉଛି । ଫଟୋରେ ଦୁହେଁ କାର ଭିତରେ ବସିଥିବାର ଦେଖିବାକୁ ମିଳିଛି ।

film
pc: aajtak

ବଲିଉଡ଼ର ଦିଗଜ୍ଜ କଳାକାର ଅନିଳ କପୁରଙ୍କ ପାଇଁ ଗତ ଶନିବାର ବହୁତ ଖାସ୍ ଥିଲା । ଏହାରି ମଧ୍ୟରେ ତାଙ୍କର ଦୁଇ ଝିଅଙ୍କ ବିବାହ ସମାପ୍ତ ହୋଇଛି । ସାନ ଝିଅଙ୍କ ବିବାହରେ ଅନେକ ଫଟୋ ଧିରେ ଧିରେ ସାମ୍ନାକୁ ଆସିଛି । ଏହା ଆଗରୁ ସୋନମ କପୁରଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା ।

ସମସ୍ତେ ନିଜର ଜବରଦସ୍ତ ଲୁକରେ ନଜର ଆସିଛନ୍ତି । କେବଳ ଝିଅଙ୍କ ଫଟୋ ନୁହେଁ ବରଂ ଅନିଲ କପୁରଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି । ରିୟା ବିବାହକୁ ନେଇ ବହୁତ ଖୁସି ଥିବାର ଜଣାପଡିଛି । ଏହା ପାଇଁ ଅନିଲ କପୁର ସମସ୍ତଙ୍କୁ ମିଠା ମଧ୍ୟ ବାଣ୍ଟିଛନ୍ତି । ଏହାସହ ୱେଡିଂରେ ଅର୍ଜୁନ କପୁର ଓ ତାଙ୍କ ଭଉଣୀ ମଧ୍ୟ ନଜର ଆସିଥିଲେ ।

filmmaaa
pc: aajtak
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.