Below header

ଶୀତଋତୁ ସହ ଚିଲିକା ମଙ୍ଗଳାଯୋଡ଼ିରେ ବିଦେଶୀ ପକ୍ଷୀଙ୍କ ଆଗମନ

ପର୍ଯ୍ୟଟକଙ୍କ ମନ ମୋହୁଛନ୍ତି ଭଳିକି ଭଳି ୨ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ

ଚିଲିକା (କେନ୍ୟୁଜ୍) : ଚିଲିକା ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟରେ ଏବେ ଭଳିକି ଭଳି ବିଦେଶାଗତ ପକ୍ଷୀ । ଶୀତଋତୁ ଆସିଲେ କାହିଁ କେତେ ଦୂରରୁ ପ୍ରତିବର୍ଷ ଚଲିକା ବକ୍ଷକୁ ଉଡ଼ି ଆସନ୍ତି ଏସବୁ ପକ୍ଷୀ । ରଙ୍ଗବେରଙ୍ଗ ପକ୍ଷୀଙ୍କୁ ଦେଖିବା ପାଇଁ ଏବେ ମଙ୍ଗଳାଯୋଡ଼ିରେ ପର‌୍ୟ୍ୟଟକଙ୍କ ଭିଡ଼ ।

mangalajodi

ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା… । ସୌନ୍ଦର‌୍ୟ୍ୟପ୍ରେମୀ କବିଙ୍କ ଏ ଉକ୍ତି ଶୀତଋତୁରେ ଚିଲିକାରେ ଆଜି ବି ଅନୁଭବ କରିହୁଏ । ଶୀତ ଆସିବା ସହିତ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଚିଲିକାର ଶାନ୍ତ ପରିବେଶ ବିଦେଶାଗତ ପକ୍ଷୀଙ୍କ କାକଳୀରେ ସଂଗୀତମୟ ।

chilika 3

ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ୧୨୦ରୁ ଅଧିକ ପ୍ରଜାତିର ୨ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଛି । ଚିଲିକାର ନୈସର୍ଗିକ ଶୋଭା ଦେଖିବା ପାଇଁ ବହୁ ସଂଖ୍ୟାରେ ଦେଶୀ ଓ ବିଦେଶୀ ପର‌୍ୟ୍ୟଟକଙ୍କ ଭିଡ଼ ଜମୁଛି । ଚିଲିକା ବନ୍ୟପ୍ରାଣୀ ବିଭାଗ ପର‌୍ୟ୍ୟଟକଙ୍କ ବୁଲିବା ସହ ପକ୍ଷୀଙ୍କ ସୁରକ୍ଷାର ସୁବନ୍ଦୋବସ୍ତ କରିଛନ୍ତି ।

Migratory-Birds

ପ୍ରତିବର୍ଷ ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ କିଛି ଶାକାହାରୀ ଥିବା ବେଳେ ଆଉ କିଛି ମାଂସାହାରୀ । ଉଭୟ ଖାଦ୍ୟରୁଚି ରଖୁଥିବା ପକ୍ଷୀଙ୍କ ପାଇଁ ଚାଲିକାରେ ପ୍ରଚୁର ଖାଦ୍ୟ ରହିଛି । ତେଣୁ ସେମାନେ ପ୍ରତିବର୍ଷ ଏ ସ୍ଥାନକୁ ଆସିଥାନ୍ତି। ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟ ଶୀତଋତୁରେ ଖୁବ୍ ରମଣୀୟ । ପକ୍ଷୀପ୍ରେମୀ ଓ ବନ୍ୟପ୍ରାଣୀ ଫଟୋଗ୍ରାଫରଙ୍କ ପ୍ରଥମ ପସନ୍ଦ ।

bird

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.