Below header

ଅସହାୟ ବୃଦ୍ଧା ବିଳାସିନୀଙ୍କ କରୁଣ କାହାଣୀ, ପ୍ରଶାସନଙ୍କ ସହାୟତାକୁ ହିଁ ଅପେକ୍ଷା

ବୃଦ୍ଧାଙ୍କର ଭୋକ ଉପାସରେ ଦିନ କଟୁଛି । କିଏ ଖାଇବାକୁ ଆଣି ମୁଠାଏ ଦେଲେ ତାକୁ ହିଁ ଖାଇ ପୂରା ଦିନ ବିତିଯାଉଛି । ବୃଦ୍ଧାଙ୍କର କିଛି କାମ କରିବାର ଶରୀରରେ ନାଁ ବଳ ଅଛି ନାଁ ଅଛି ସାହାସ । କେବଳ ବଞ୍ଚିବା ପାଇଁ ସେ ରାହା ଖୋଜୁଛନ୍ତି ।

କେନ୍ଦୁଝର : ନୀରିହ ଏ ଆଖି ଦୁଇଟି । ତାଙ୍କ ନିରୀହ ଆଖିର ନିଷ୍ପାପ ଚାହାଁଣୀ। ଟିକିଏ ଦେଖନ୍ତୁ ଲୁହରେ କିପରି ଆଖି ଦୁଇଟି ଛଳଛଳ ହୋଇଯାଉଛି । ଚର୍ମ ଧୁରୁଡ଼ି ଗଲାଣି । ଅଣ୍ଟା ନଇଁଗଲାଣି । କଥା ମଧ୍ୟ ଠିକ୍‌ରେ କହିପାରୁନାହାନ୍ତି ।ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। କିଏ ମୁଠେ ଖାଇବାକୁ ଆଣିଦେଲେ ଖାଇ ବଞ୍ଚିଥାଆନ୍ତି । ଖରା ବର୍ଷା ଶୀତ କାକରରେ ପଡ଼ି ରହିଛନ୍ତି ଏହି ବୃଦ୍ଧା ଜଣକ । ଏହି ଅସହାୟ ବୃଦ୍ଧାଙ୍କୁ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଗଡ଼ିଯିବ। ସାହାରା ବୋଲି କହିଲେ କେହି ନାହାନ୍ତି । ସକାଳର ସୂର୍ଯ୍ୟ ରାତିର କାକର ରାତି ପାହିଲେ ମୁଣ୍ଡ ଉପରେ ପଡ଼ୁଛି । ନାଁ ତାଙ୍କ ପାଖେ ମୁଣ୍ଡ ଗୁଞ୍ଜିବାକୁ ଅଛି ଘର ଖଣ୍ଡିଏ ନାଁ ଅଛି ମୁଣ୍ଡ ଉପରେ ଛାତ । ୨ କି ୩ ଫୁଟ ଲମ୍ବର ଜରିପାଲ ଖଣ୍ଡିଏ ସେ ପୁଣି କାଠିରେ ବନ୍ଧା ହୋଇଛି ତାରି ଭିତରେ କଟିଯାଉଛି ଏ ବୁଢ଼ି ମାଉସୀଙ୍କ ଦିନ ।

ଏ ଦୃଶ୍ୟ ହେଉଛି କେନ୍ଦୁଝରଗଡ଼ ପୌରପାଳିକାର ଏକ ନମ୍ବର ୱାର୍ଡର ଗୁଣ୍ଡିଚା ସାହିରେ । ବୃଦ୍ଧା ବିଳାସିନୀ ପାତ୍ରଙ୍କୁ ପୁଅ ବୋହୂ ଏଇଠି ଛାଡି ଅନ୍ୟତ୍ର ରହୁଥିବାବେଳେ ବୃଦ୍ଧାଙ୍କର ଭୋକ ଉପାସରେ ଦିନ କଟୁଛି । କିଏ ଖାଇବାକୁ ଆଣି ମୁଠାଏ ଦେଲେ ତାକୁ ହିଁ ଖାଇ ପୂରା ଦିନ ବିତିଯାଉଛି । ବୃଦ୍ଧାଙ୍କର କିଛି କାମ କରିବାର ଶରୀରରେ ନାଁ ବଳ ଅଛି ନାଁ ଅଛି ସାହାସ । କେବଳ ବଞ୍ଚିବା ପାଇଁ ସେ ରାହା ଖୋଜୁଛନ୍ତି । ସାହି ପଡିସା ଲୋକମାନେ ବୃଦ୍ଧାର ଏପରି ଅବସ୍ଥା ଦେଖି ଖାଇବାକୁ ଦେଉଛନ୍ତି । ଏନେଇ ପ୍ରଶାସନ ବୃଦ୍ଧା ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅସହାୟ ବୃଦ୍ଧାଙ୍କ ଏପରି ଅବସ୍ଥା ଦେଖି ପୌରପାଳିକା ଅଧକ୍ଷା ନିକୁ ସାହୁଙ୍କୁ ଯୋଗାଯୋଗ କରିଥିଲୁ । ପରେ ସେ ବୃଦ୍ଧା ଙ୍କୁ ସହାୟତା କରିବା ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.