ଏଟିଏମ ଭାଙ୍ଗି ୭ ଲକ୍ଷ ଲୁଟ, ପୋଲିସର ତଦନ୍ତ ଜାରି
ପାଟଣାଗଡ ଥାନା ସରମୁହାଣ ମେନରୋଡ଼ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଭାଙ୍ଗି ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତ ।

ପାଟଣାଗଡ: ପାଟଣାଗଡ ଥାନା ସରମୁହାଣ ମେନରୋଡ଼ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଭାଙ୍ଗି ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତ । ଗତକାଲି ବିଳମ୍ବିତ ରାତ୍ରିରେ ATM ଭାଙ୍ଗି ଟଙ୍କା ଲୁଟି ନେଇଥିବା ବେଳେ, ବ୍ୟାଙ୍କ କର୍ମଚାରୀ ATM ରେ ଟଙ୍କା ଭର୍ତ୍ତିକରିବାକୁ ଆସି ଜାଣିବାକୁ ପାଇଥିଲେ।
ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ବେଳେ ବ୍ୟାଙ୍କ କିମ୍ବା ପୋଲିସ ସୂତ୍ରରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତିନି ଜଣିଆ ଚୋର ଦଳ ଏହି ଲୁଟ କରିଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ମିଳିଛି l