ଦିଲ୍ଲୀ: କାଗଜ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାରେ ନିୟୋଜିତ ୨୩ଟି ଦମକଳ ଗାଡ଼ି

ପୂର୍ବ ଦିଲ୍ଲୀର ମୟୂର ବିହାର ଫେଜ୍‌-୧ ଅଞ୍ଚଳରେ ରବିବାର ଏକ କାଗଜ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ନିଆଁ ଲାଗିବା ବିଷୟରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।

ପୂର୍ବ ଦିଲ୍ଲୀର ମୟୂର ବିହାର ଫେଜ୍‌-୧ ଅଞ୍ଚଳରେ ରବିବାର ଏକ କାଗଜ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ନିଆଁ ଲାଗିବା ବିଷୟରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।

ଜଣେ ଅଗ୍ନିଶମ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରବିବାର ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ଚିଲାସ୍ଥିତ ଏକ କାଗଜ ଗୋଦାମରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା। ଖବର ପାଇବା ମାତ୍ରେ ଟିମ୍‌ ସହ ୨୩ଟି ଅଗ୍ନିଶମ ଗାଡ଼ିକୁ ଘଟଣାସ୍ଥଳକୁ ପଠାଯାଇଥିଲା। ବର୍ତ୍ତମାନ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି।

ରିପୋର୍ଟ ମୁତାବକ, ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କାଗଜ ଗୋଦାମରେ ଭୟଙ୍କର ନିଆଁ ଲାଗିଥିବା ଏବଂ ସେଠାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.