Below header

ଜଗା ଦର୍ଶନ ହେଲା ଶେଷ ଦର୍ଶନ, ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ହୃଦଘାତ ହେବାରୁ ଶ୍ରୀମନ୍ଦିର ଭିତରେ ମୃତ୍ୟୁ ହୋଇଛି ଜଣେ ଭକ୍ତଙ୍କର ।

ପୁରୀ : ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ହୃଦଘାତ ହେବାରୁ ଶ୍ରୀମନ୍ଦିର ଭିତରେ ମୃତ୍ୟୁ ହୋଇଛି ଜଣେ ଭକ୍ତଙ୍କର । ଶ୍ରୀମନ୍ଦିରରେ ଥିବା ବିଶ୍ଵନାଥ ମନ୍ଦିର ଆଗରେ ଜଣେ ଭକ୍ତ ପ୍ରଣାମ କରିବା ବେଳେ ହଠାତ୍ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.