ଏଠାରେ ବିବାହ ପୂର୍ବରୁ ପୁଅ ଝିଅ ରୁହନ୍ତି ଏକାଠି, ପିଲାଜନ୍ମ ପରେ ହୁଏ ବିବାହ !

ଆମ ସମାଜରେ ବିବାହ ପୂର୍ବରୁ ସନ୍ତାନ ଜନ୍ମ କରିବାକୁ ପାପ ବୋଲି କୁହାଯାଏ। ଗୋଟିଏ ଝିଅ ପାଇଁ ବିବାହ ପୂର୍ବରୁ ର୍ଗଭଧାରଣ କରିବା ସମାଜରେ ଅପବାଦ ବା ବଦନାମ ବ୍ୟତୀତ ଅନ୍ୟ କିଛି ହୋଇନଥାଏ। ଖାସ କରି ଭାରତରେ ଏହି ଜିନିଷକୁ ଏକ ଭିନ୍ନ ଦୃଷ୍ଟିକୋଣରେ ଦେଖନ୍ତି ଲୋକେ । କିନ୍ତୁ ଆମ ଏଇ ଭାରତରେ ମଧ୍ୟ ଏପରି ଏକ ରାଜ୍ୟ ଅଛି ଯେଉଁଠାରେ ବିବାହ ପୂର୍ବରୁ ସନ୍ତାନ ଜନ୍ମ କରିବା ଏକ ପରମ୍ପରା ଅଟେ। ଆପଣଙ୍କୁ ଏହା ଶୁଣି ଟିକେ ଅଜବ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ବିଲକୁଲ ସତ। ଭାରତରେ ଏକ ଏମିତି ସମାଜ ଅଛି, ଯେଉଁଠାରେ ବିବାହ ପୂର୍ବରୁ ସନ୍ତାନ ଜନ୍ମ କରିବା ଆଇନଗତ ବୋଲି ବିବଚେନା କରାଯାଏ। ତାହେଲେ ଆସନ୍ତୁ ଏହି ଅଦ୍ଭୁତ ପରମ୍ପରା ଏବଂ ସମାଜ ବିଷୟରେ ଜାଣିବା।

babyଏହା ହେଉଛି ଏକ ସମାଜର କାହାଣୀ ଯେଉଁଠାରେ ବିବାହ ପୂର୍ବରୁ ସନ୍ତାନ ଜନ୍ମ କରିବା ଶୁଭ ବୋଲି ଧରାଯାଏ । ଯଦି ବିବାହ ପୂର୍ବରୁ ଏଠାରେ ପିଲା ଜନ୍ମ ନକରାଯାଏ, ତାହେଲେ ଏହାକୁ ଅଶୁଭ ବୋଲି ଧରାଯାଏ। ଏହା ଶୁଣିବାକୁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହି ପରମ୍ପରା ଏକ ହଜାର ର୍ବଷ ଧରି ଭାରତର ରାଜସ୍ଥାନରେ ଚାଲିଆସୁଛି।

ଆଜ୍ଞା ହଁ, ଏହି ପରମ୍ପରା ଉଦୟପୁରର ସିରୋହି ଏବଂ ପାଲିରେ ରହୁଥିବା ଗରାସିଆ ଜନଜାତିଙ୍କ ମଧ୍ୟରେ ହୋଇଥାଏ| ଯଦି ଆପଣ ଏହି ପରମ୍ପରାକୁ ଅତି ନିକଟରୁ ଦେଖିବେ ତାହେଲେ ଆଜିର ଲିଭ-ଇନ୍ ରିଲେସନସିପର ଝଲକ ନଜର ଆସିବ, ଯାହା ଆମ ସମାଜ ଭୁଲ ବୋଲି ବିବଚେନା କରେ। ଏହି ଜନଜାତିର ପରମ୍ପରା ଅନୁଯାୟୀ ପୁଅ ଏବଂ ଝିଅମାନେ ନିଜ ସମ୍ମତିରେ ଲିଭ-ଇନରେ ରୁହନ୍ତି ଏବଂ ସନ୍ତାନ ଜନ୍ମ ପରେ ହିଁ ପରସ୍ପରକୁ ବିବାହ କରନ୍ତି ।

womenପରମ୍ପରା ନାମରେ ଗରାସିଆ ଜନଜାତିରେ ୨ ଦିନ ପାଇଁ ଏକ ସ୍ୱତନ୍ତ୍ର ମେଳା ଅନୁଷ୍ଠିତ ହୁଏ। ଏହି ମେଳାରେ ଉଭୟ ପୁଅ ଏବଂ ଝିଅ ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ ନକରି ଏକାଠି ରହିବା ଆରମ୍ଭ କରନ୍ତି | ଆଉ ସନ୍ତାନ ଜନ୍ମ ପରେ ସେମାନେ ନିଜ ଇଚ୍ଛା ଅନୁଯାୟୀ ବିବାହ କରନ୍ତି | ଏଠାରେ ପୁଅ ଏବଂ ଝିଅ ମାନଙ୍କୁ ନିଜ ଜୀବନସାଥୀ ବାଛିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିଥାଏ ।

ଏହି ଜନଜାତିର ଲୋକଙ୍କ ବିଶ୍ୱାସ ଯେ, ଅନେକ ବର୍ଷ ପୂର୍ବେ ଏହି ସମ୍ପ୍ରଦାୟର ଚାରି ଭାଇ ଅନ୍ୟତ୍ର ରହିବାକୁ ଲାଗିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ବିବାହ କରିଥିଲେ ଏବଂ ଗୋଟିଏ ପୁଅ ଲିଭଇନରେ ରହୁଥିଲା | ତେବେ କେବଳ ଲିଭ ଇନରେ ରହୁଥିବା ଭାଇ ବ୍ୟତୀତ ଅନ୍ୟ କାହାର ସନ୍ତାନ ନଥିଲେ, ସେବେଠାରୁ ଏଠାକାର ଲୋକମାନେ ଏହି ପରମ୍ପରାକୁ ପାଳନ କରୁଛନ୍ତି | ଏହି ପରମ୍ପରାକୁ ‘ଦାପା ପ୍ରଥା’ ବୋଲି କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.