Below header

ପବଜି ଖେଳ ପଡିଲା ମହଙ୍ଗା, ମୋବାଇଲ ନଦେବାରୁ ସାଙ୍ଗକୁ ପଥରରେ ମାରି ହତ୍ୟା

ଆଜିକାଲିର ଯୁବପିଢୀଙ୍କୁ ମୋବାଇଲ ନିଶା ଏମିତି ଘାରିଛି ଯେ ସେମାନେ ବାକି ସବୁକିଛି ଭୁଲିଯାଉଛନ୍ତି । ବିଶେଷ କରି ସ୍ମାର୍ଟଫୋନରେ ଆସୁଥିବା ବିଭିନ୍ନ ପ୍ରକାର ଗେମ୍‌ ପିଲା ଠାରୁ ଯୁବକ ମାନଙ୍କୁ ପାଗଳ କରିଛି। ସେମାନେ ଖେଳକୁ ବ୍ୟକ୍ତିଗତ ଭାବରେ ମଧ୍ୟ ନେଇ ଯାଉଛନ୍ତି ଯାହାର ପରିଣାମ କିଛି ଠିକ୍‌ ହେଉନାହିଁ। ଏହିଭଳି ଏକ ଲୋମଟାଙ୍କୁରା ଖବର ଆସିଛି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରୁ। ଆଜିକାଲିର ପପ୍ୟୁଲାର ଗେମ୍‌ ପବଜି ପାଇଁ ଜଣେ ନାବାଳକ ତା ସାଙ୍ଗର ହତ୍ୟା କରିବାକୁ ମଧ୍ୟ ପଛାଇ ନାହିଁ।

pubg

ସୂଚନାନୁଯାୟୀ ଦୁଇ ଜଣ ନାବାଳକ ସାଙ୍ଗ ମିଶି ପବଜି ଖେଳୁଥିଲେ। କିଛି ଦିନ ପରେ ଜଣଙ୍କର ମୋବାଇଲ ତା ପାଖରୁ ଚାଲିଯିବାରୁ ସେ ତା ସାଙ୍ଗ ମୋବାଇଲକୁ ପବଜି ଖେଳିବା ପାଇଁ ମାଗିଥିଲା।କିନ୍ତୁ ତା ସାଙ୍ଗ ମୋବାଇଲ ଦେବାକୁ ମନା କରିଦେବାରୁ ତାକୁ ତା ଜୀବନ ହରାଇବାକୁ ପଡିଲା। ଗତ ଦୁଇ ଦିନରୁ ପୋଲିସ ଏହି ଯୁବକର ହତ୍ୟା ମାମଲାରେ ତଦନ୍ତ ଜାରି ରଖିଥିଲା।ତେବେ ମୋବାଇଲ ନଦେବାରୁ ଯୁବକ ଜଣକ ରାଗି ଯାଇ ନିଜ ବନ୍ଧୁକୁ ପଥରରେ ଛେଚି ହତ୍ୟା କରିଥିବାର ପୋଲିସ କହିଛି । ନଭେମ୍ବର ୧୧ ତାରିଖ ସନ୍ଧ୍ୟାରେ ଭିମ ଥାନା କ୍ଷେତ୍ରରେ ଭେରବାଳି ପାହାଡ ଜେତାପୁର ଠାରେ ୧୬ ବର୍ଷର ଯୁବକ ହମିଦ କାଠାତର ଶବ ଠାବ ହୋଇଥିଲା। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରିଥିଲା ଓ ୪୮ ଘଣ୍ଟା ମଧ୍ୟରେ ତଦନ୍ତର ଖୁଲାସା କରିବାରେ ସଫଳ ହୋଇଛି।

pubg3

ଭିମ ଥାନା ପ୍ରଭାରି ଗଜେନ୍ଦ୍ର ସିଂହଙ୍କ କହିବାନୁସାରେ ଏହି ଘଟଣା ପରେ ମୃତକଙ୍କ ପିତା ନିବାସୀ ଜେତପୁରା ମାମଲା ରୁଜ୍ଜୁ କରିଥିଲେ। ଅଭିଯୋଗ ଅନୁସାରେ ନଭେମ୍ବର ତାରିଖରେ ନିବାସୀ ଓ ତାଙ୍କ ପତ୍ନୀ ଓ ପୁଅ ହମିଦ ସହ ନିମାଡ ସ୍ଥିତ ବିଲକୁ କାମ କରିବା ପାଇଁ ଯାଇଥିଲେ। ସନ୍ଧ୍ୟା ୫ ଟାରେ ଘରକୁ ତୁଳା ବେପାରିର ଗାଡି ଆସିବାରୁ ଦୁଇ ସ୍ୱାମୀ ସ୍ତ୍ରୀ ଘରକୁ ଫେରି ଆସିଥିଲେ ଓ ହମିଦ ଫସଲ ଦେଖିବା ପାଇଁ ବିଲରେ ରହି ଯାଇଥିଲା। ବହୁ ରାତି ପର୍ଯ୍ୟନ୍ତ ହମିଦ ଘରକୁ ନ ଆସିବାରୁ ତା ଫୋନକୁ ସର୍ମ୍ପକ କରି ବିଫଳ ହୋଇଥିଲେ ବାପା ମା। ଅନେକ ସନ୍ଧାନ କଲା ପରେ ମଧ୍ୟ ହମିଦର ଖବର ମିଳି ନଥିଲା। ଦ୍ୱିପହର ୩ ଟାରେ ଛେଳି ଚରାଉଥିବା ଜଣେ ଯୁବକ ଶକିର ତାଙ୍କୁ ବିଲ ପାଖ ଭେରାବଲି ପାହାଡରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଯୁବକ ବିଷୟରେ କହିଥିଲ।।

ଥାନା ପ୍ରଭାରୀ ଗଜେନ୍ଦ୍ର ସିଂହଙ୍କ ସୂଚନା ମୁତାବକ ହମିଦ ପାଖରେ ଭିଭୋ କମ୍ପାନୀର ଏକ ଫୋନ ଥିଲା ଯେଉଁଥିରେ ଦୁଇ ବନ୍ଧୁ ପବଜି ଖେଳୁଥିଲେ। ତେବେ ତିନି ମାସ ପର୍ଯ୍ୟନ୍ତ ଜଣକ ନିକଟରେ ଫୋନ ନଥିବାରୁ ସେ ହମିଦକୁ ଖେଳିବା ପାଇଁ ଫୋନ ମାଗିଥିଲା। ହମିଦ ଫୋନ ନଦେବାରୁ ତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଏପରି ଅପରାଧ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.