ହିନ୍ଦୁ ନବ ବର୍ଷର ଆରମ୍ଭରେ ଦେଶରେ ଗ୍ରହମାନଙ୍କର ପ୍ରଭାବ କିପରି ରହିବ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ ଚୈତ୍ର ମାସର ଶୁକ୍ଳପକ୍ଷ ପ୍ରତିପଦରୁ ହିନ୍ଦୁ ନବ ବର୍ଷ ଆରମ୍ଭ ହୋଇଥାଏ। ବାସ୍ତବରେ ସୂର୍ଯ୍ୟ ଏବଂ ଚନ୍ଦ୍ରମାଙ୍କ ଅନୁସାରେ ଭାରତୀୟ କ୍ୟାଲେଣ୍ଡରର ଗଣନା କରାଯାଇଥାଏ। ଦୁନିଆର ଅନେକ କ୍ୟାଲେଣ୍ଡର କୌଣସି ନା କୌଣସି ରୂପେ ଭାରତୀୟ କ୍ୟାଲେଣ୍ଡର ଅନୁସରଣ କରିଥାନ୍ତି। ଏହା ଛଡ଼ା ବର୍ଷକ ବାର ମାସ ଏବଂ ସପ୍ତାହରେ ସାତ ଦିନର ପ୍ରଚଳନ ହିନ୍ଦୁ କ୍ୟାଲେଣ୍ଡରରୁ ହିଁ ଆରମ୍ଭ ହୋଇଥାଏ।

hinduଆମର ଅନେକ ଗଣନା ବିକ୍ରମାବ୍ଦ ଅନୁସାରେ ହୋଇଥାଏ । ଏହି କ୍ୟାଲେଣ୍ଡର ଅନୁଯାୟୀ ଏଥରର ଅଧିପତି ଶନି ଏବଂ ମନ୍ତ୍ରୀ ହେଉଛନ୍ତି ସୂର୍ଯ୍ୟ। ସେହିପରି ପୂର୍ବ ବର୍ଷ ରାଜା ସୂର୍ଯ୍ୟ ଏବଂ ମନ୍ତ୍ରୀ ଶନି ଥିଲେ। ଶନି ନ୍ୟାୟର ଦେବତା ହୋଇଥିବାରୁ ଚଳିତ ବର୍ଷ ଭାରତ ଅନ୍ତରାଷ୍ଟ୍ରୀୟ ସ୍ତରରେ ଯଥୋଚିତ ନ୍ୟାୟ ପାଇପାରିବ। ଶନି ଏବଂ ସୂର୍ଯ୍ୟ ପରସ୍ପର ବିରୋଧୀ ହେବା କାରଣରୁ ପରିସ୍ଥିତି ସୁଖମୟ ହୋଇନଥାଏ। ପୂରା ରାଜନୈତିକ କ୍ଷେତ୍ରରେ ଏହାର ପ୍ରଭାବ ପଡିଥାଏ। ଚଳିତ ବର୍ଷ ଏହି କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପରସ୍ପର ବିରୋଧୀ ଯୁକ୍ତିତର୍କ ଲାଗି ରହିବ । ରାଜନେତାମାନଙ୍କ ମଧ୍ୟରେ ପରିସ୍ଥିତି ଅସନ୍ତୋଷଜନକ ରହିବ। ପୁଣି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଅଧିକ ମତଭେଦ ଓ ବିବାଦ ଦେଖିବାକୁ ମିଳିପାରେ।

hindu calendar

ପ୍ରାକୃତିକ ରୂପେ କଷ୍ଟ ବଢିବ ଏବଂ ଦେଶର ଅନେକ ରାଜ୍ୟରେ ମଧ୍ୟ ଅଶାନ୍ତି ସୃଷ୍ଟି ହେବ ।ତେବେ ଦେଶର ଆର୍ଥିକ ପରିସ୍ଥିତି ଭଲ ରହିବ। ଧନ-ଧାନ୍ୟରେ ବୃଦ୍ଧି ହେବା ସହିତ ସରକାରୀ ନୀତି କଠୋର ହୋଇପାରେ।
ଗୁରୁଙ୍କ ପ୍ରଭାବରୁ ସାଧନାରେ ବିକାଶ ଘଟିବ। ବିଦ୍ବାନମାନଙ୍କୁ ଉଚିତ ସମ୍ମାନ ପ୍ରାପ୍ତି ହେବ। ସେହିପରି ମଙ୍ଗଳ ପ୍ରଭାବରୁ ମୋତି, ମାଣିକ୍ୟ ଆଦି ରତ୍ନ ପଥରର ମୂଲ୍ୟ ବୃଦ୍ଧି ହେବ। ଗରମ ବସ୍ତ୍ର, ତମ୍ବା ପାତ୍ର ଏବଂ ପିତ୍ତଳ ବାସନର ମୂଲ୍ୟରେ ମଧ୍ୟ ବୃଦ୍ଧି ହେବ।

ନିଶ୍ଚିତ ପଢ଼ନ୍ତୁ :ଜ୍ୟୋତିଷ ଶାସ୍ତ୍ର : ସରକାରୀ ଚାକିରି ଦେବାରେ ଶନିଙ୍କର ଥାଏ ବିଶେଷ ଭୂମିକା, ଜାଣନ୍ତୁ କେମିତି

ସେହିପରି ଚଳିତ ବର୍ଷ ଶନିଙ୍କ ପ୍ରଭାବରୁ ଶସ୍ୟ ମହଙ୍ଗା ହୋଇପାରେ। ଏହି ସମୟରେ ଋତୁ ପରିବର୍ତ୍ତନ ହେବା କାରଣରୁ ଫସଲରେ କ୍ଷତି ହୋଇପାରେ। ଏହି କାରଣରୁ ଦେଶର ଅନେକ ସ୍ଥାନରେ ବର୍ଷା ହେବା ସହିତ ଅନେକ ସ୍ଥାନରେ ମରୁଡ଼ି ପରିସ୍ଥିତି ରହିବ। ରାଜ୍ୟରେ ନିୟମ କଠୋର ହେବା କାରଣରୁ ଲୋକଙ୍କ ମନରେ ଚିନ୍ତା ଏବଂ ବିରୋଧୀ ଭାବ ଦେଖାଯିବ।

ଚନ୍ଦ୍ରମା ଗ୍ରହର ପ୍ରଭାବରୁ ପ୍ରତ୍ୟେକ ଜିନିଷରେ ବୃଦ୍ଧି ଦେଖିବାକୁ ପାଇବେ। ଚଳିତ ବର୍ଷ ଧାନ ଚାଷ ଭଲ ହେବା ସହ କ୍ଷୀର ଉତ୍ପାଦନ ମଧ୍ୟ ଭଲ ହୋଇପାରେ। ଏବଂ ନଦୀରେ ମଧ୍ୟ ଜଳସ୍ତରର ସ୍ଥିତି ଭଲ ରହିବ।

ନିଶ୍ଚିତ ପଢ଼ନ୍ତୁ :ଯଦି ଚାହୁଁଛନ୍ତି ଭବିଷ୍ୟତରେ କୌଣସି ଅସୁବିଧା ନହେଉ, ତେବେ ନୂଆ ଗାଡିର ଏପରି କରନ୍ତୁ ପୂଜା

ଶନିଙ୍କ ପ୍ରଭାବରୁ ଚଳିତ ବର୍ଷ ଶସ୍ୟ ଉତ୍ପାଦନ କ୍ଷେତ୍ର ପ୍ରଭାବିତ ହେବ । ଗଛରେ ଫୁଲ ଫୁଟିବା କମିଯିବ ଓ ଫଳ ମଧ୍ୟ କମିବ। ତେବେ ନ୍ୟାୟ ଦୃଷ୍ଟିର ଏ ବର୍ଷଟି ଭଲ ରହିବ । କିଛି କଠୋର ନିୟମ ପ୍ରଣୟନ ଦ୍ୱାରା ବିଚାର ବିଭାଗକୁ ଶକ୍ତି ମିଳିବ । ନ୍ୟାୟ ପ୍ରଦାନ ମଧ୍ୟ ତ୍ୱରିତ ହେବ ।