ଆଜି ଆଇପିଏଲ ଟକ୍କରରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ

ଆଜି ଆଇପିଏଲରେ ଖେଳାଯିବ ଗୋଟିଏ ମ୍ୟାଚ । ମୁହାଁ ମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇ ଦଳ ପ୍ରଥମ ୩ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିଭଳି ରୋହିତ ଶର୍ମାଙ୍କ ନେତୃତାଧିନ ମୁମ୍ବାଇ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ପରାଜୟ ସହ ୨ପଏଣ୍ଟ ପାଇ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଚେନ୍ନାଇ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ । ସେହିଭଳି ମୁମ୍ବାଇ ହୋମଗ୍ରାଉଣ୍ଡରେ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଉନ୍ନତି ଆଶା ରଖିଛି । ଆଇପିଏଲରେ ଦର୍ଶକ ଆଜି ଏକ ହାଇ ଭୋଲଟେଜ ମ୍ୟାଚ ଅପେକ୍ଷାରେ ଅଛନ୍ତି ।

ସେପଟେ ଗତକାଲି ଖେଳାଯାଇଥିବା ମ୍ୟାଚରେ ବେଙ୍ଗାଳୁରୁକୁ ୭ ଓ୍ଵିକେଟରେ ହରାଇଛି ରାଜସ୍ତାନ । ପ୍ରଥମେ ବ୍ୟାଟିଂ କରି ଆରସିବି ୧୫୮ ରନ କରିଥିଲା । ଜବାବରେ ଗୋଟିଏ ବଲ ବାକି ଥାଏ ମ୍ୟାଚ ଜିତିଥିଲା ରାଜସ୍ତାନ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ତିନିଟି ମ୍ୟାଚ୍‌ ହାରିବା ପରେ ରାଜସ୍ଥାନ ରୟାଲ୍‌ସ ଏହା ପ୍ରଥମ ବିଜୟ । ସେହିପରି ବାଙ୍ଗାଲୋରର ଲଗାତର ଚତୁର୍ଥ ଥର ପରାସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.