ବିଦେଶ ବୁଲିବାର ପ୍ଲାନ ରହିଛି କି ? ତେବେ ନିଶ୍ଚିତ ଦର୍ଶନ କରନ୍ତୁ ଏହିସବୁ ଭବ୍ଯ ମନ୍ଦିର
କଳା ଓ ସଂସ୍କୃତିର ଦେଶ ଭାରତକୁ ‘ମନ୍ଦିରର ଦେଶ’ ବୋଲି କୁହାଯାଏ। ଏଠାରେ ଦେବୀଦେବତାଙ୍କ ହଜାର ହଜାର ମନ୍ଦିର ରହିଛି। ଭାରତର ମନ୍ଦିର ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ଯନ୍ତ ଅନେକ ଭକ୍ତଙ୍କୁ ଆକର୍ଷିତ କରିଥାଏ। କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ରହିଛି। ଯାହା ଦୁନିଆରେ ବେଶ ପ୍ରସିଦ୍ଧ। ଦୁନିଆର କୋଣ ଅନୁକୋଣରୁ ଲୋକେ ଏଠାକୁ ଦର୍ଶନ ପାଇଁ ଆସନ୍ତି। ତେବେ ବିଦେଶ ଯଦି ବୁଲିବାର ପ୍ଲାନ ରହିଛି। ତେବେ ଏହିସବୁ ମନ୍ଦିରର ଦର୍ଶନ କରିବା ପାଇଁ ପ୍ଲାନ ନିଶ୍ଚିତ କରନ୍ତୁ।
ମୁନ୍ନେଶ୍ବରମ ମନ୍ଦିର: ଶ୍ରୀଲଙ୍କାର ମୁନ୍ନେଶ୍ବର ଗାଁରେ ରହିଛି ଭବ୍ଯ ଏବଂ ବିଶାଳ ମୁନ୍ନେଶ୍ବରମ ମନ୍ଦିର। ଏହା ପରିସରରେ ୫ଟି ମନ୍ଦିର ରହିଛି। ଏଠାରେ ଭଗବାନ ଶିବ ଏବଂ ମା କାଳୀଙ୍କ ମନ୍ଦିର ରହିଛି। ମାନ୍ଯତା ରହିଛି କି ଭଗବାନ ରାମ ରାବଣକୁ ବଧ କରିବା ପରେ ଏହି ସ୍ଥାନରେ ଭଗବାନ ଶିବଙ୍କୁ ଆରଧନା କରିଥିଲେ। ଏଥିପାଇଁ ଧାର୍ମିକ ମାନ୍ଯତା ହିସାବରେ ଏହି ମନ୍ଦିର ବେଶ ସ୍ବତନ୍ତ୍ର। ଏଠାକୁ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଲୋକେ ଆସୁଛନ୍ତି।
ମୁରୁଗନ ମନ୍ଦିର: ଅଷ୍ଟ୍ରେଲିଆର ରାଜଧାନୀ ସିଡନୀ ସ୍ଥିତ ଏହି ଭବ୍ଯ ମନ୍ଦିରରେ ଭଗବାନ ମୁରୁଗନଙ୍କୁ ପୂଜା କରାଯାଏ। ଭଗବାନ ମୁରୁଗନଙ୍କୁ ପାହାଡ ଦେବତା ଭାବେ ଜଣାଯାଏ। ଏହି ମନ୍ଦିର ନ୍ଯୁ ସାଉଥ ୱେଲସରେ ବହୁତ ସୁନ୍ଦର ଭାବେ ନିର୍ମାଣ କରାଯାଇଛି। ସିଡନୀରେ ରହୁଥିବା ହିନ୍ଦୁମାନେ ଏହି ମନ୍ଦିର ଏବଂ ଭଗବାନଙ୍କ ପ୍ରତି ଅପାର ଆସ୍ଥା ରହିଛି। ଯଦି ଆପଣ କେବେ ସିଡନୀ ଯିବେ ତେବେ ନିଶ୍ଚତ ବୁଲି ଆସିବେ।
ସାଗର ଶିବ ମନ୍ଦିର: ମରିସସ ଏକ ଦ୍ବିପୀୟ ଦେଶ। ଯେଉଁଠି ବଡ ସଂଖ୍ଯାରେ ହିନ୍ଦୁ ରହିଥାନ୍ତି। ଏଠାରେ ଥିବା ସାଗର ଶିବ ମନ୍ଦିର ପବିତ୍ର ଧାର୍ମିକ ସ୍ଥଳ। ୨୦୦୭ରେ ନିର୍ମିତ ଏହି ମନ୍ଦିରରେ ଭଗବାନ ଶିବଙ୍କ ୧୦୮ ଉଚ୍ଚ କାଂସ୍ଯ ପ୍ରତିମା ରହିଛି। ଯେଉଁଠିକୁ ଲକ୍ଷ ଲକ୍ଷ ପର୍ଯ୍ଯଟକ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।