Below header

ଆଜି World No Tobacco Day 2019: ଯଦି ଘରେ କରୁଛନ୍ତି ଧୂମପାନ, ତେବେ ଜାଣନ୍ତୁ ଏହାର କି ପ୍ରଭାବ ପଡ଼ିଥାଏ ଆପଣଙ୍କ ପିଲା ଉପରେ

ଅଧିକାଂଶ ଲୋକମାନେ ଘରେ ଧୂମପାନ କରିଥାନ୍ତି, କିନ୍ତୁ ସେମାନେ ଜାଣି ନଥାନ୍ତି ଘରେ ଏପରି କରିବା ଦ୍ବାରା  ତାଙ୍କ ପିଲାମାନେ ନଚାହିଁଲେ ମଧ୍ୟ ଧୂମପାନର ସିକାର ହୋଇଥାନ୍ତି। ପ୍ୟାସିଭ ସ୍ମୋକିଙ୍ଗ ବା ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଙ୍ଗ ମଧ୍ୟ ସେତିକି କ୍ଷତିକାରକ ହୋଇଥାଏ ଯେତିକି କ୍ଷତି ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ହୋଇଥାଏ। ଛୋଟ ପିଲାମାନଙ୍କ ମଧ୍ୟରେ ଏହି ସମସ୍ୟା ଗମ୍ଭୀର ହୋଇଯାଇଥାଏ। କାରଣ ପିଲାମାନଙ୍କ ବୟସ ବଢିଥାଏ ଏବଂ ସେମାନଙ୍କର ନିଶ୍ବାସ ନେବାର ଗତି ମଧ୍ୟ ବୟସ୍କମାନଙ୍କ ତୁଳନାରେ ଅଧିକ ହୋଇଥାଏ।

smokingଛୋଟ ପିଲାମାନେ ବୟସ୍କମାନଙ୍କ ତୁଳନାରେ ଅଧିକ ଜୋରରେ ନିଶ୍ବାସ ନେବା କାରଣରୁ ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କ ପାଟିକୁ ଅଧିକ ଧୂଆଁ ଯାଇଥାଏ। ଯେଉଁ ଘରେ ସର୍ବଦା ସିଗାରେଟ କିମ୍ବା ବିଡ଼ିର ଧୂଆଁ ଲାଗି ରହିଥାଏ, ସେହି ଘରର ପିଲାମାନେ ତମ୍ବାଖୁର ଧୂଆଁରେ ହିଁ ନିଶ୍ବାସ ନେଇ ବଡ ହୋଇଥାନ୍ତି।

ଗର୍ଭବତୀ ଥିବା ସମୟରେ ଧୂମପାନ କରୁଥିବା ମହିଳାମାନଙ୍କର କମ ଓଜନର ଛୁଆ ଜନ୍ମ ହୋଇଥାନ୍ତି। ଏହି ପିଲାମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ ହୋଇଥାଏ। ଏଥିସହ ପିଲାମାନେ ବ୍ରେନ ପାରାଲିସିସ୍ ରୋଗର ସିକାର ହୋଇଥାନ୍ତି।

smoking ledyସିଗାରେଟ ଏବଂ ବିଡ଼ି ଧୂଆଁ ଶ୍ବାସକ୍ରିୟାରେ ପ୍ରଭାବ ପକାଇବା ଦ୍ବାରା ପିଲାମାନେ ଆସ୍ଥମା ରୋଗର ସିକାର ହୋଇଥାନ୍ତି। ଯଦି ପୂର୍ବରୁ ପିଲାମାନଙ୍କର ଆସ୍ଥମା ରୋଗ ରହିଥାଏ ତେବେ ଏହି ରୋଗ ଆହୁରି ଅଧିକା ବଢିଯାଇଥାଏ। ବିଡ଼ି ଏବଂ ସିଗାରେଟ ଧୂଆଁ ପିଲାମାନଙ୍କର ବିକାଶରେ ବାଧା ସୃଷ୍ଟି କରିଥାଏ। ଏଥିସହ ସେମାନଙ୍କର ଉଚତା ଏବଂ ଓଜନ କମ ହେବାକୁ ଲାଗିଥାଏ। ଏହା ବ୍ୟତୀତ ପିଲାମାନଙ୍କୁ କମ ଶୁଣାଯିବାର ସମସ୍ୟା ମଧ୍ୟ ଦେଖାଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.