ଘରକୁ ଖୁସିରେ ଭରିବାକୁ ଚାହୁଁଥିଲେ ନିଶ୍ଚୟ ରଖନ୍ତୁ ଏହି ୭ଟି ଜିନିଷ, ଆଉ ଜାଣି ରଖନ୍ତୁ କ’ଣ ରହିଛି ମହତ୍ତ୍ୱ

ଦୁନିଆର ସବୁ ବ୍ୟକ୍ତି ଚାହାନ୍ତି, ସେମାନଙ୍କ ଘର ସୁଖ, ସମୃଦ୍ଧିରେ ପୂରି ଉଠୁ। ଭଗବାନ ସେମାନଙ୍କ ଘରେ ବାସ କରନ୍ତୁ। ଏଥିପାଇଁ ଅଧିକାଂଶ ଲୋକ ସକାଳୁ ପୂଜା କରିବା ସହିତ ଦାନଧର୍ମ ମଧ୍ୟ କରି ଥାଆନ୍ତି। ଆଜି ଆମେ ଆପଣଙ୍କୁ ସେହି କେତୋଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକି ଆପଣଙ୍କ ଘରେ ସୁଖ, ସମୃଦ୍ଧି ଆଣି ପାରିବ।
ଚନ୍ଦନ: ଚନ୍ଦନକୁ ବହୁତ ପବିତ୍ର ବୋଲି କୁହାଯାଏ। ଏହାର ସୁଗନ୍ଧରେ ପରିବେଶରୁ ନକାରାତ୍ମକ ଶକ୍ତି ଦୂର ହୋଇଯାଏ। ସବୁ ଦେବତାଙ୍କ ପୂଜାରେ ଚନ୍ଦନର ବିଶେଷ ମହତ୍ତ୍ୱ ରହିଥାଏ। କୁହାଯାଏ କି, ଚନ୍ଦନ ତିଳକ ଲଗାଇଲେ ମନକୁ ଶାନ୍ତି ମିଳିଥାଏ। ତେଣୁ ଆପଣଙ୍କ ଘରେ ଚନ୍ଦନ ନିହାତି ଭାବେ ରଖନ୍ତୁ।
ବୀଣା: ଦେବୀ ସରସ୍ୱତୀ ବୁଦ୍ଧି ଏବଂ ଜ୍ଞାନର ଦେବୀ। ସେ ହସ୍ତରେ ବୀଣା ଧାରଣ କରି ଥାଆନ୍ତି। ଯଦି ଆପଣ ଘରେ ବୀଣା ରଖିବେ, ତା’ହେଲେ ସରସ୍ୱତୀଙ୍କ କୃପାରେ ପରିବାର ସଦସ୍ୟଙ୍କ ବୁଦ୍ଧି ବିକଶିତ ହୋଇ ପାରିବ। ଏଥରୁ ଆପଣଙ୍କୁ କଠିନ ପରିସ୍ଥିତିରେ ବି ଧୌର୍ଯ୍ୟ ଧରିବା ପାଇଁ ପ୍ରେରଣା ମିଳି ପାରିବ।
ଘିଅ: ଘିଅକୁ ସବୁବେଳେ ଘରେ ରଖିବା ଉଚିତ। ଏହାକୁ ନିୟମିତ ରୂପରେ ସେବନ କରିବା ମଧ୍ୟ ଦରକାର। ଘିଅ ଶକ୍ତି ପ୍ରଦାନ କରିଥାଏ ଏବଂ ଶରୀରକୁ ସୁସ୍ଥ ରଖିଥାଏ। ସନ୍ଧ୍ୟାରେ ଏକ ଘିଅ ଦୀପ ଘରେ ଜଳାଇବା ଉଚିତ। ଏହାଦ୍ୱାରା ବିଶେଷ ଲାଭ ମିଳି ପାରିବ।
ମହୁ: ବାସ୍ତୁ ଅନୁସାରେ ଘରେ ମହୁ ରଖିବା ଲାଭଦାୟକ ହୋଇଥାଏ। ଏହାଦ୍ୱାରା ବାସ୍ତୁଦୋଷ ଦୂର ହୋଇ ଯାଇଥାଏ। ପୂଜା ପାଇଁ ମହୁ ମଧ୍ୟ ବହୁତ ଆବଶ୍ୟକ ପଡ଼ିଥାଏ।
ପାଣି: କୁହାଯାଏ କି, ଘରେ ସବୁବେଳେ ସଫା ପାଣି ଭରି ରଖିବା ଉଚିତ। କୌଣସି ଅତିଥି ଘରକୁ ଆସିଲେ, ପ୍ରଥମେ ତାଙ୍କୁ ଥଣ୍ଡା ପାଣି ପିଇବାକୁ ଦେବା ଉଚିତ। ଏହାଦ୍ୱାରା କୁଣ୍ଡଳୀ ଦୋଷ ମଧ୍ୟ ଦୂର ହୋଇଯାଏ।
ଗଣେଶଙ୍କ ମୂର୍ତ୍ତି: ଗଣପତିଙ୍କ ମୂର୍ତ୍ତିକୁ ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଘରେ ସୁଖ ଆସିଥାଏ। ବସିଥିବା ଅବସ୍ଥାରେ ଥିବା ମୂର୍ତ୍ତିକୁ ଶାନ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ।
ତୁଳସୀ ଗଛ: ଘରର ମୁଖ୍ୟ ପ୍ରବେଶ ପଥରେ ତୁଳସୀ ଗଛ ରଖନ୍ତୁ। ଏହାଦ୍ୱାରା ମା’ ଲକ୍ଷ୍ମୀ ଘରେ ରୁହନ୍ତି ଏବଂ ଘର ଧନଧାନ୍ୟରେ ପୂର୍ଣ୍ଣ ହୋଇଯାଏ। ମନେରଖନ୍ତୁ ଯେ ତୁଳସୀ ଗଛକୁ କେବେ ବି ଦକ୍ଷିଣ ଦିଗରେ ରଖିବା ଉଚିତ୍ ନୁହେଁ। ଯଦି ଗଛ ଶୁଖିବା ଆରମ୍ଭ କରେ, ତା’ ହେଲେ ତୁରନ୍ତ ଏହାକୁ ମୁଖ୍ୟ ପ୍ରବେଶ ପଥରୁ ବାହାର କରି ନିଅନ୍ତୁ।