ପାଚିଲା କେଶକୁ କଳା କରିବ କଳା କିସ୍ମିସ୍, କିଛି ହିଁ ଦିନ ଭିତରେ ଦେଖାଯିବ ପ୍ରଭାବ; ତୁରନ୍ତ ଖାଦ୍ୟରେ ସାମିଲ କରନ୍ତୁ

ଭୁଲ୍ ଖାଦ୍ୟପେୟ ଏବଂ ବଢ଼ୁଥିବା ପ୍ରଦୂଷଣ କାରଣରୁ ଆଜିକାଲି ଲୋକଙ୍କର କେଶ ସମୟ ପୂର୍ବରୁ ପାଚି ଯାଉଛି। ଏହି ଧଳା କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ସାଧାରଣତଃ ହେୟାର କଲର ବ୍ୟବହାର କରି ଥାଆନ୍ତି। ଆଉ ଯେଉଁମାନେ ହେୟାର କଲର ବ୍ୟବହାର କରନ୍ତି, ସେମାନଙ୍କୁ ମଝିରେ ମଝିରେ ଏହାକୁ ଲଗାତାର ଲଗେଇବାକୁ ପଡ଼ିଥାଏ। ସେପଟେ କିଛି ହେୟାର କଲର ବ୍ୟବହାର ଦ୍ୱାରା ଆପଣଙ୍କ କେଶ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ। ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଖାଇବା କରିବା ଦ୍ୱାରା ଆପଣଙ୍କ ଧଳା କେଶ ସମସ୍ୟା କିଛି ହିଁ ଦିନ ଭିତରେ ଦୂର ହୋଇଯିବ।
କଳା କିସମିସ୍ ଖାଇବା କେଶ ଏବଂ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କାହିଁକି ନା, କଳା କିସମିସରେ ପୋଟାସିୟମ୍, ଫାଇବର, ପଲିଫେନୋଲ୍ସ, ପ୍ରୋଟିନ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭଲ ମାତ୍ରାରେ ରହିଥାଏ। ଏହି ସମସ୍ତ ଉପାଦାନ ଆପଣଙ୍କୁ ଫାଇଦା ପହଞ୍ଚାଇଥାଏ। ନିୟମିତ ରୂପରେ କଳା କିସମିସ୍ ଖାଇବା ଦ୍ୱାରା ଧଳା କେଶ ସମସ୍ୟା ଦୂର ହୋଇଯିବ ଏବଂ କେଶ କଳା ରହିବ। କିସମିସର ସେବନ କେଶକୁ ମଜଭୁତ ଏବଂ ମୁଲାୟମ ମଧ୍ୟ ରଖିଥାଏ।
କେଶ ଝଡ଼ିବା ବନ୍ଦ ହୋଇଯିବ: କଳା କିସମିସ୍ ଅଙ୍ଗୁରରୁ ପ୍ରସ୍ତୁତ ହୋଇଥାଏ। ଏଥିରେ ଅନେକ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। କିସମିସରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଇରନର ମାତ୍ରା କେଶ ଝଡ଼ିବାରୁ ମୁକ୍ତି ଦେଇଥାଏ, ଯଦ୍ଦ୍ଵାରା ଆପଣଙ୍କ କେଶ ଘନ ଏବଂ ସୁସ୍ଥ ରହିଥାଏ।
ଧଳା କେଶ ସମସ୍ୟା ଦୂର ହେବ: ଆଜିକାଲି ବହୁତ କମ୍ ବୟସରୁ କେଶ ପାଚି ଯାଉଛି। ଏହା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଯଦି ଆପଣଙ୍କର ବି କମ୍ ବୟସରୁ କେଶ ପାଚିବା ଆରମ୍ଭ କଲାଣି, ତା’ ହେଲେ ନିଜ ଖାଦ୍ୟରେ କଳା କିସମିସ୍ ଅନ୍ତର୍ଭୁକ୍ତ କରନ୍ତୁ। ଏହା କେଶକୁ କଳା କରିବାରେ ସାହାଯ୍ୟ କରିଥାଏ।
କେଶ ବୃଦ୍ଧି ପାଇଁ: କିସମିସ୍ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ। ଏହାକୁ ସେବନ କଲେ ଆପଣଙ୍କ କେଶର ବୃଦ୍ଧି ବହୁତ ଭଲ ଭାବରେ ହୋଇଥାଏ। ତେଣୁ ନିୟମିତ ଭାବେ ନିର୍ଦ୍ଦିଷ୍ଟ ପରିମାଣରେ କଳା କିସମିସ୍ ଖାଇବା ଦ୍ୱାରା କେଶ ଚମକଦାର ଏବଂ ନରମ ହୋଇଯିବ। କଳା କିସମିସର ସେବନ ମୁଣ୍ଡର ତାଳୁକୁ ପୋଷଣ ଦେଇଥାଏ।
ଏହିପରି ଖାଆନ୍ତୁ: କଳା କିସମିସରେ ଭିଟାମିନ୍ ସି ଏବଂ ଭିଟାମିନ୍ ଇ ଭରପୂର ମାତ୍ରାରେ ରହିଛି। ଏହା କେଶକୁ ବୃଦ୍ଧି କରାଇଥାଏ। ୧୫ରୁ ୨୦ ଗ୍ରାମ କଳା କିସମିସକୁ ରାତିସାରା ଭିଜେଇ ରଖନ୍ତୁ ଏବଂ ସକାଳେ ଏହାକୁ ଖାଆନ୍ତୁ।
ଶରୀରର ଅନ୍ୟାନ୍ୟ ଫାଇଦା: କିସମିସ୍ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏହା ଶରୀରରେ ଥିବା କାଲେଷ୍ଟ୍ରୋଲର ମାତ୍ରାକୁ କମ୍ କରିଥାଏ। କିସମିସରେ ପୋଟାସିୟମର ଭଲ ସ୍ରୋତ ରହିଥାଏ। ଏହାକୁ ନିୟମିତ ଖାଇଲେ ରକ୍ତଚାପ କଣ୍ଟ୍ରୋଲ ହୋଇଥାଏ। କିସମିସ୍ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଦାନ୍ତ ଏବଂ ହାଡ ମଜବୁତ ହୋଇଥାଏ। ଏହାଦ୍ୱାରା ଦାନ୍ତର ହଳଦିଆ ପଣ ଦୂର ହୋଇଯାଇଥାଏ।