ମାର୍କେଟ ରେ ଖୁବ ଶୀଘ୍ର ଲଞ୍ଚ ହେବ ଆଇଫୋନ ୧୪, ଦମଦାର ଫିଚର ସହିତ ପ୍ରାଇଭେସି ର ମଧ୍ୟ ଧ୍ୟାନ ରଖାଯାଇଛି

ଗ୍ରାହକଙ୍କୁ ସବୁବେଳେ ପ୍ରତ୍ୟେକ ଜନିଷର ଅପଡେଟ୍ ଭରସନ ଦରକାର । ତେଣୁ ତାଙ୍କ ହିସାବରେ ଫୋନ କମ୍ପାନୀ ହେଉ କିମ୍ବା ଅନ୍ୟ କିଛି ସବୁ ବେଳେ କିଛି ନା କିଛି ଲାଟେଷ୍ଟ ଭରସନ ଆଣିଥାଆନ୍ତି ନିଜର ଉପଭୋକ୍ତାମାନଙ୍କ ପାଇଁ । ସେମିତି ପ୍ରତିବର୍ଷ ଆଇଫୋନ ର ମଧ୍ୟ ନୂଆ ମଡେଲ ପାଇଁ ଅପେକ୍ଷା କରିଥାଆନ୍ତି ଆଇଫୋନ ୟୁଜର୍ସ । ତେବେ iPhone ର ନୂଆ ମଡେଲ ବିଷୟରେ ମଧ୍ୟ ବର୍ତ୍ତମାନ ଶୁଣିବାକୁ ମିଳୁଛି ।
ଆସନ୍ତୁ ଜାଣିବା ଆଇଫୋନ ର ନୂଆ ଫିଚର ଓ ଅପଡେଟ ବିଷୟରେ:

ପ୍ରତିବର୍ଷ ପରି, ଏହି ବର୍ଷ ୨୦୨୧ ମଧ୍ୟ ଆପଲ୍ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଆଇଫୋନ୍ 13 (ଆପଲ୍ ଆଇଫୋନ୍ 13) ର ଏକ ନୂତନ ମଡେଲ୍ ମାର୍କେଟ କୁ ଆଣିଥିଲା । ତେବେ ଲୋକମାନେ ପ୍ରତିବର୍ଷ ଆଇଫୋନର ନୂଆ ମଡେଲକୁ ଅପେକ୍ଷା କରନ୍ତି । ଏଥି ସହିତ ଏହାର ପରବର୍ତ୍ତୀ ମଡେଲ (ଆଇଫୋନ୍ 14) ବିଷୟରେ ମାର୍କେଟ ରେ ଖବର ଆସିବା ଲାଗିଲାଣି । ଆଇଫୋନ୍ 14 ବିଷୟରେ ଅନେକ ସୂଚନା ମଧ୍ୟ ସାମ୍ନାକୁ ଆସୁଛି ତେବେ ଆସନ୍ତୁ ଜାଣିବା ଆଇଫୋନ-୧୪ ର ନୂଆ ଡିଜାଇନ୍ ବିଷୟରେ ।
ଲିକର୍ ଜନ୍ ପ୍ରୋସର ଅନୁଯାୟୀ, ଆଇଫୋନ୍ 14 ଏକ ନୂତନ ଡିଜାଇନ୍ ସହିତ ମାର୍କେଟ ରେ ଲଞ୍ଚ ହେବ । ଏହାର ବ୍ୟାଟେରୀ ଆକାର ବା ସାଇଜ ଅନ୍ୟ ଆଇଫୋନ୍ ମଡେଲ ତୁଳନାରେ ବଡ଼ ହେବ,ପୁଣି ଏହାର ଆଇଫୋନ୍ 14 ପ୍ରୋ (ଆଇଫୋନ୍ 14 ପ୍ରୋ) ଏବଂ ଆଇଫୋନ୍ 14 ପ୍ରୋ ମ୍ୟାକ୍ସ (ଆଇଫୋନ୍ 14 ପ୍ରୋ ମ୍ୟାକ୍ସ) ରେ ଟାଇଟାନିୟମ୍ ଫ୍ରେମ୍ ବ୍ୟବହାର କରିବ, ଯାହାକି ସମଗ୍ର ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ଓ ମଜବୁତ ମେଟାଲ ଭାବେ ଜଣାଯାଏ ।
ଏକ ରିପୋର୍ଟରେ କୁହାଯାଇଛି ଯେ ଆପଲ୍ ଏବଂ ଏଲଜି ର ସପ୍ଲାଏ ଚେନ କୁ ନେଇ ଏର ଚୁକ୍ତି ହୋଇଛି । ଏମିତିରେ ଆଇଫୋନ ୧୪ ରେଞ୍ଜ ର ଡିସ୍ପ୍ଲେ ରେ OLED ପଞ୍ଚ୍ ହୋଲ୍ ଡିସ୍ପ୍ଲେ ର ବ୍ୟବହାର କରାଯାଇପାରିବ । ତେବେ ଆଇଫୋନ ଏକ୍ସ ପରେ ଆପଲ ର ସବୁ ଫୋନ ରେ ପିଲ –ସେପ୍ଡ ବା ବଟିବା ଭଳି ପଞ୍ଚ ହୋଲ ଡିସ୍ପ୍ଲେ ର ବ୍ୟବହାର କରାଯାଇଛି ।
ତେବେ ରିପୋର୍ଟ ଅନୁଯାୟା ଆଇଫୋନ ୧୪ ରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖାଯିବ । ଏହାର ଫିଚର ସବୁଠାରୁ ଅପଡେଟ ଫିଚର ଆସିବ । ଓ ଏହାର ସେକ୍ୟୁରିଟି ମଧ୍ୟ ଷ୍ଟ୍ରଙ୍ଗ ରହିବ । ଭଲ ବଜେଟ ସହିତ ଏହା ମାର୍କେଟ କୁ ଆସିବ । ଏଥିରେ ଫେସ ଆଇଡି ଓ ଟଚ ଆଇଡି ମଧ୍ୟ ରହିବ । ଆଇଫୋନ ୧୪ ରେ ସବୁଠାରୁ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ଚାର୍ଜିଙ୍ଗ ୟୁଏସ ବି ଟାଇପ- ସି ପୋର୍ଟ ହେବ । ତେବେ ଆଇଫୋନ ୧୪ ର ଏହି ନୂଆ ମଡେଲ ଖୁବ ଶୀଘ୍ର ମାର୍କେଟ ରେ ଲଞ୍ଚ ହେବ ।