Below header

ରାଜକନିକା : ଗାଡି କାଚ ଭାଙ୍ଗି ୧ଲକ୍ଷ ୭୭ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରାଜକନିକା(କେନ୍ୟୁଜ୍‌) : ଗାଡି କାଚ ଭାଙ୍ଗି ୧ଲକ୍ଷ ୭୭ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବଡ଼ପଙ୍କ ଛକର ଘଟଣା। ଜଣେ ବ୍ୟବସାୟୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଛି । ଏନେଇ ରାଜକନିକା ଥାନାରେ ଅଭିଯୋଗ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ବ୍ୟବସାୟୀ ହେମନ୍ତ ସାମଲ ବଡ଼ପଙ୍କ ଛକରେ ନିଜର ଜିପ ରଖି ନୂତନ ଭାବେ ନିର୍ମାଣ ହେଉଥିବା ଘରକାମ ଦେଖୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ମୋଟର ସାଇକେଲରେ ଆସି ଗାଡି କାଚ ଭାଙ୍ଗି ୧ଲକ୍ଷ ୭୭ହଜାର ଟଙ୍କା ଲୁଟି ନେଇଛନ୍ତି। ଗାଡି କାଚ ଭାଙ୍ଗୁଥିବାର ଶଦ୍ଦ ଶୁଣି ହେମନ୍ତ ଦୁର୍ବୃତ୍ତଙ୍କ ପିଛା କରିଥିଲେ।

 

rajkanika

କିନ୍ତୁ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ। ହେଲେ ହେମନ୍ତ ସେମାନଙ୍କୁ ଚିହ୍ନିଥିବା କହିଛନ୍ତି। ତାଙ୍କ ନାଁରେ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ଲୁଟ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ବୋଲି ରାଜକନିକା ଆଇଆଇସି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.