Below header

ମନ୍ତ୍ର ସାଧନା ପାଇଁ କାହିଁକି ଜରୁରୀ ହୋଇଥାଏ ମାଳା, ଏହି ୪ଟି ଭୁଲ ପାଇଁ ମିଳିନଥାଏ ମନ୍ତ୍ରର ଫଳ

ସନାତନ ଧର୍ମରେ ମନ୍ତ୍ରକୁ ବହୁତ ଶକ୍ତିଶାଳୀ ବୋଲି କୁହାଯାଇଛି । ପ୍ରଭୁଙ୍କ ଆରାଧନା ପାଇଁ ସବୁଠୁ ସରଳ ଓ ପ୍ରଭାବଶାଳୀ ତରିକା ହେଉଛି ମନ୍ତ୍ର ଜପ । ମନ୍ତ୍ରରେ ଏତେ ଶକ୍ତି ରହିଥାଏ ଯେ କେବଳ ଏହାର ଉଚ୍ଚାରଣରେ ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳି ଯାଇଥାଏ । ବାତାବରଣରେ ସକରାତ୍ମକ ଶକ୍ତିର ସଂଚାର ହୋଇଥାଏ । ମନ୍ତ୍ର ଜପର ଫଳ ସେତେବେଳେ ମିଳିଥାଏ ଯେବେ ନିୟମ ଅନୁଯାୟୀ ଏହାର ପ୍ରୟୋଗ କରାଯାଇଥାଏ । ମନ୍ତ୍ର ଉଚ୍ଚାରଣ କରିବା ସମୟରେ କିଛି ସାବଧାନ ଜରୁରୀ ରହିବା ଉଚିତ୍‌ ନଚେତ ପ୍ରାର୍ଥନା ବ୍ୟର୍ଥ ହୋଇଥାଏ । ଆସନ୍ତୁ ଜାଣିବା ମନ୍ତ୍ର ଜପ କରିବା ପାଇଁ କାହିଁକି କରାଯାଇଥାଏ ମାଳାର ପ୍ରୟୋଗ ଓ ମନ୍ତ୍ର ଜପର ନିୟମ ।

ମାଳାରେ କାହିଁକି କରାଯାଇଥାଏ ମନ୍ତ୍ର ଜପ

ପ୍ରତ୍ୟେକ ମନ୍ତ୍ରରେ ଅଲଗା ପ୍ରକାର ଶକ୍ତି ଉତ୍ପନ୍ନ ହୋଇଥାଏ । ଦେବାଦେବୀଙ୍କ ପୂଜାର୍ଚ୍ଚନା ପାଇଁ ବହୁ ପ୍ରକାର ମାଳାର ପ୍ରୟୋଗ କରାଯାଇଥାଏ । ଶାସ୍ତ୍ର ଅନୁସାରେ ମନ୍ତ୍ର ଜପ କରିବା ପାଇଁ ମାଳାର ଉପଯୋଗ ଏଇଥିପାଇଁ କରାଯାଇଥାଏ,ଯାହାଦ୍ୱାର ମନ୍ତ୍ର ଜପର ସଂଖ୍ୟାରେ କୌଣସି ତ୍ରୁଟି ନହୁଏ । ମାଳାରେ ୧୦୮ ଦାନା ରହିଥାଏ । ବିଶେଷ ମନସ୍କାମନା ପୂରଣ ପାଇଁ ଶାସ୍ତ୍ରରେ ମନ୍ତ୍ରର ନିଶ୍ଚିତ ସଂଖ୍ୟାର ବର୍ଣ୍ଣନା କରାଯାଇଛି ।

ମନ୍ତ୍ର ଜପର ନିୟମ

ମନ୍ତ୍ର ଜପ ସର୍ବଦା ମାଟିରେ ବସି କରି କରାଯାଇଥାଏ । ଏଥିପାଇଁ ଆସନ ବ୍ୟବହାର କରନ୍ତୁ । ଯେଉଁ ଆସନରେ ବସି ମନ୍ତ୍ର ଜପ କରୁଛନ୍ତି ତାକୁ ଗୋଡରେ ଯେପରି ନ ଘୁଞ୍ଚାଅ । ସାଧାରଣତଃ ଲୋକଙ୍କ ଅଭ୍ୟାସ ବସିବା ପୂର୍ବରୁ ଆସନକୁ ଗୋଡରେ ଘୁଞ୍ଚାଇଥାନ୍ତି । ଏମିତି କରିବା ଦ୍ୱାରା ଆସନ ଦୋଷ ଲାଗିଥାଏ ଓ ସାଧନା ପୂର୍ଣ୍ଣ ହୋଇନଥାଏ ।

ଯେଉଁ ମାଳାରେ ମନ୍ତ୍ର ଜପ କରୁଛନ୍ତି, ସର୍ବଦା ତାହାର ପ୍ରୟୋଗ କରନ୍ତୁ । ଅନ୍ୟର ମାଳାରେ କରାଯାଉଥିବା ଜପ ସଫଳ ହୋଇ ନଥାଏ । ଜପ କରିବା ପରେ ଏହାକୁ କେଉଁଠି ନ ଟଙ୍ଗାଇ ସଫା ବସ୍ତ୍ରରେ ବାନ୍ଧି ରଖନ୍ତୁ ।

ଶାସ୍ତ୍ର ଅନୁସାରେ ମାଳା ଜପ କରୁଥିବା ବେଲେ ତର୍ଜନୀ ଆଙ୍ଗୁଳିରେ ମାଳା ସ୍ପର୍ଶ କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ଜପ ବେଳେ ଯଦି ଛିଙ୍କ ବା ଅଳସ ଆସିଲା ତେବେ ପୂଣ୍ୟ ହ୍ରାସ ପାଇଥାଏ । ପାଖରେ ଏକ ତମ୍ବା ପାତ୍ରରେ ଜଳ ଓ ତୁଳସୀ ପକାଇ ରଖନ୍ତୁ । ଏପରି ହେଲେ ଏହି ଜଳକୁ ମସ୍ତକ ଓ ଦୁଇ ଆଖିରେ ଲଗାନ୍ତୁ । ଫଳରେ ବାୟୁଦୋଷ ଲାଗିନଥାଏ ।

ମନ୍ତ୍ର ଜପ ପରେ ଅଳ୍ପ ଜଳ ଭୁମିରେ ପକାନ୍ତୁ ଓ ପୁଣି ଜଳ ଦୁଇ ଆଖି ଓ ମସ୍ତକରେ ଲଗାଇ ଆସନରୁ ଉଠନ୍ତୁ । କୁହାଯାଏ ଏହି ପ୍ରକ୍ରିୟାରେ ଜପର ପୂଣ୍ୟ ଫଳ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.