Below header

ଇଚ୍ଛାଶକ୍ତି ସାମ୍ନାରେ ହାର ମାନିଲା ଦୁନିଆ, ଭିନ୍ନକ୍ଷମ ହୋଇ ମଧ୍ୟ ଜିତିଛନ୍ତି ୩ଥର ମିଷ୍ଟର ଇଣ୍ଡିଆ

ଶାରିରୀକ ଭାବେ ସେ ଜଣେ ଭିନ୍ନକ୍ଷମ । ହେଲେ ତାଙ୍କ ଇଚ୍ଛାଶକ୍ତି ଯାହା, ବଡ଼ ହଡ଼ ମହାରଥୀଙ୍କୁ ବି ପାଣି ପିଆଇ ଦେବ । କ୍ୟାନସର୍କୁ ହରାଇ, ନିଜକୁ ପ୍ରମାଣିତ କରିପାରିଥିବା ଭାରତର ପ୍ରଥମ ହ୍ଵିଲ ଚେୟାର ବଡ଼ି ବିଲଡର, ଆନନ୍ଦ ଆର୍ଣ୍ଣଲଡ କଥା ଆମେ କହୁଛୁ । ଯିଏ ଜଣେ ଭିନ୍ନକ୍ଷମ ହୋଇ ବି, ଜିତିଛନ୍ତି ୩-୩ ଥର ମିଷ୍ଟର ଇଣ୍ଡିଆ ଟାଇଟଲ୍ । ଆଶ୍ଚର‌୍ୟ୍ୟ ଲାଗୁଥିବ ।

ସବୁ ହଜାଇ କିଛି ପାଇବାର ଇଚ୍ଛା ହିଁ ମଣିଷକୁ ବଞ୍ଚିବା ଶିଖାଏ । ଆଜି ଏହି ଇଚ୍ଛା ଶକ୍ତି ଜଣେ ଭିନ୍ନକ୍ଷମଙ୍କୁ କେବଳ ବଞ୍ଚିବା ଶିଖାଇନି, ନିଜକୁ ପ୍ରମାଣିତ କରିବାର ବି ମଉକା ଦେଇଛି । ଭାରତ ପ୍ରଥମ ହ୍ଵିଲ ଚେୟାର୍ ବଡିବିଲ୍ଡର ଆନନ୍ଦ ଆର୍ଣ୍ଣଲଡ କଥା ଆମେ କହୁଛୁ । ଯିଏ ଜଣେ ବିକଳାଙ୍ଗ । ହେଲେ ତାଙ୍କ ସଫଳତା ଅନେକଙ୍କୁ ଆଶ୍ଚର‌୍ୟ୍ୟ କରିବ । ଗୋଟେ ହ୍ଵିଲ ଚେୟାର ଜୀବନ ବିତାଉଥିବା ଏହି ବଡିବିଲ୍ଡର ଜିତିଛନ୍ତି ୩-୩ ଥର ମିଷ୍ଟର ଇଣ୍ଡିଆ ଟାଇଟଲ୍ । ତା ସହ ୧୨ଥର ମିଷ୍ଟର ପଞ୍ଜାବ ।

bodybuilding

ଲୁଧିଆନାର ଆନନ୍ଦ ମାତ୍ର ୧୩ ବର୍ଷ ବୟସରୁ ବଡି ବିଲଡିଂ ଆରମ୍ଭ କରିଥିଲେ । ହେଲେ ଏହାର ୨ ବର୍ଷ ପରେ ତାଙ୍କ ଜୀବନରେ ଆସେ ଏକ ବିରାଟ୍ ପରିବର୍ତ୍ତନ । ଆନନ୍ଦଙ୍କୁ ୧୫ ବର୍ଷ ବୟସ ହୋଇଥିଲା ଯେବେ ସେ ମାରାତ୍ମକ ସ୍ପାଇନଲ କ୍ୟାନସର୍ ରୋଗରେ ପଡନ୍ତି । ତାଙ୍କ ଶରୀର ଦୁର୍ବଳ ପଡିଯାଏ । ଯେବେ ଅପରେସନ ହୁଏ, ଶରୀରର ଆଧା ଅଂଶ ପକ୍ଷାଘାତର ଶୀକାର ହୋଇଯାଏ । ମାନେ ମୁହଁକୁ ଛାଡିଦେଲେ ଆନନ୍ଦଙ୍କ ଶରୀରର ସବୁ ଅଙ୍ଗ ଅକାମୀ । ଆନନ୍ଦ ଆଉ ଚଲାବୁଲା କରିପାରନ୍ତିନି ।

ପ୍ରାୟ ୩ ବର୍ଷ ବିଛଣାରେ ବିତାଇବା ପରେ ବି ଆନନ୍ଦ ହାର୍ ମାନିନଥିଲେ । ଆନନ୍ଦଙ୍କ କୋଚ୍ ତାଙ୍କୁ ହ୍ଵିଲ ଚେୟାରରେ ବଡି ବିଲଡିଂ କରିବାକୁ ପରାମର୍ଶ ଦେଲେ । ପରିବାରର ସହାୟତା ଓ ଫିଜିଓଥେରାପି ପରେ ପୁଣି ଥରେ ଆନନ୍ଦ ବଡି ବିଲ୍ଡିରେ ପାଦ ଥାପିଲେ । ଆଉ ଅନେକ ପ୍ରତିଯୋଗିତାରେ ଭାଗ ନେଲେ । ଏବେ ସୁଦ୍ଧା ମୋଟ୍ ୨୭ରୁ ଅଧିକ ଟାଇଟଲ୍କୁ ନିଜ ନାଁରେ କରିଛନ୍ତି ଆନନ୍ଦ । ନିଜ ବଡିବିଲ୍ଡି କ୍ୟାରିୟରର ସବୁଠୁ ବଡ ସଫଳତା ଆନନ୍ଦଙ୍କୁ ମିଳିଥିଲା ୨୦୧୮ରେ । ଯେବେ ତାଙ୍କୁ ମିଷ୍ଟର୍ ଅଲିମ୍ପିଆ ଟାଇଟଲ୍ ମିଳିଥିଲା ।

mr.india

ଆନନ୍ଦଙ୍କ ଏବେ କେବଳ ଆଉ ବଡିବିଲଡର ନାହାନ୍ତି । ସେ ଜଣେ ଓ୍ଵାଲଡକ୍ଲାସ୍ ବଡିବିଲଡିଂ ଟ୍ରେନର୍ ମଧ୍ୟ । ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ ଭଳି ଅନେକ ରିୟଲିଟି ସୋରେ ବି ଭାଗ ନେଇଛନ୍ତି ଆନନ୍ଦ । ଅନ୍ତଃରାଷ୍ଟ୍ରୀୟ ହେଲଥ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସେଡର ଅଛନ୍ତି । ତାଙ୍କ ସଫଳତାର କାହାଣୀକୁ ନେଇ ଏକ ପୁସ୍ତକ ମଧ୍ୟ ରଚନା କରାଯାଇଛି । ଖାଲି ସେତିକି ନୁହେଁ ତାଙ୍କୁ ନେଇ ଏକ ବ୍ୟାବସାୟୀକ ବି ତିଆରି ହୋଇଛି । ଯାହା ତେଲୁଗୁ ଭାଷାରେ । ଏଠି ଆନନ୍ଦ ନିଜେ ଅଭିନୟ କରିଛନ୍ତି ମୁଖ୍ୟ ଭୂମିକାରେ ।

ଭାରତ ନୁହେଁ ସମଗ୍ର ଏସିଆରେ ଆନନ୍ଦ ଏବେ ନାଁ କରିଛନ୍ତି । ଆଜି ସେ ଅନେକଙ୍କ ପାଇଁ ରୋଲ ମଡେଲ୍ । ଆନନ୍ଦ ଶିଖାଇଛନ୍ତି, ଜୀବନରେ କିଛି କରିବା ଅସମ୍ଭବ ନୁହେଁ । ଆପଣଙ୍କ ଇଚ୍ଛାଶକ୍ତି ଯଦି ଦୃଢ ଅଛି ତେବେ କିଛି ବି ଅସମ୍ଭବ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.