Below header

ଇଛା ଥିଲେ ଉପାୟ ଆପେ ଆପେ ଆସେ, ପିଲାଙ୍କୁ ପଢାଇବା ପାଇଁ ପାଂଚ ଦିନ ବରଫରେ ୧୩୮ କି.ମି ଚାଲିଲେ ଅଭିଭାବକ

କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଯଦି ଆପଣଙ୍କ ମନୋବଳ ଦୃଢ ତେବେ ଅସମ୍ଭବକୁ ବି କରିପାରିବେ ସମ୍ଭବ । ତେବେ ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଜମ୍ମୁ କଶ୍ମୀରର କାରଗିଲ୍ ଜିଲ୍ଲାରେ କିଛି ପିଲା ଏବଂ ସେମାନଙ୍କ ଅଭିଭାବକ । ନିଜ ପିଲାଙ୍କୁ ଉତ୍ତମ ତାଲିମ୍ ଦେବା ପାଇଁ କିଛି ଅଭିଭାବକ ଲଗାତାର ୬ ଦିନ ଯାଏଁ ଚାଲି ଚାଲି ଯାଇଛନ୍ତି ବରଫରେ । ଏହି ୧୮ ଜଣ ବ୍ୟକ୍ତି ପ୍ରାୟ ୧୩୮ କିଲୋମିଟର ଚାଲି ଚାଲି ହିମାଚଳର କେଲାଙ୍ଗରେ ପହଂଚିଥିଲେ । ଆଉ ଯେଉଁଥିରେ ଜଣେ ୬୬ ବର୍ଷୀୟା ବରିଷ୍ଠ ବ୍ୟକ୍ତିଙ୍କ ସହ ୬ ବର୍ଷର ପିଲା ବର୍ଷର ପିଲା ମଧ୍ୟ ଥିଲେ ।

ସମୁଦ୍ରପତ୍ତନଠାରୁ ୧୫ହଜାର ଫୁଟ ଉପରେ ଚାଲି ଚାଲି ଯାଇଥିଲେ ଲକ୍ଷ ସ୍ଥଳରେ ପହଂଚିଥିଲେ ଏମାନେ । ୧୨ ଏପ୍ରିଲରେ ଜଂସ୍କରରୁ ବାହାରି ୧୬ ଏପ୍ରିଲରେ କେଲାଙ୍ଗରେ ପହଂଚିଥିଲେ । ପ୍ରଥମ ଦିନ ୪୦ କିଲୋମିଟର, ଦ୍ବିତୀୟ ଦିନ ୨୦ କିଲୋମିଟର ଏବଂ ତା ପର ୧୮ କିଲୋମିଟର ଚାଲିଥିଲେ । ସେହିପରି ଚତୁର୍ଥ ଦିନ ୨୫ କିଲୋମିଟର, ପଂଚମ ଦିନ ୨୦ କିଲୋମିଟର ଏବଂ ଷଷ୍ଠ ଦିନ ୧୫ କିମି ଚାଲିଥିଲେ ।

ସବୁଠାରୁ ଖାସ୍ କଥା ହେଉଛି ଏହି ୫ ଦିନ ସେମାନେ ନାଲି ଚାରେ ଛତୁଆ ଖାଇ ନିଜ ଭୋକ ମାରିଥିଲେ । ଆଉ ରାତିରେ ଶୂନ୍ୟ ତାପମାତ୍ରାରେ ଗୁମ୍ଫାରେ ରହିଥିଲେ । ଜଣେ ଅଭିଭାବକଙ୍କ କହିବା ଅନୁଯାୟୀ ହିମାଚଳର ମନାଲି ଏବଂ ଧର୍ମଶାଳାର ସ୍କୁଲରେ ପିଲାଙ୍କୁ ଭଲ ପାଠ ପଢାଯାଏ । ତେଣୁ ଏଠାରେ ଏଣ୍ଟ୍ରାସ୍ ପାଇଁ ବରଫରେ ବାହାରି ପଡିଥିଲେ । ଏହି ୧୮ ଜଣଙ୍କ ମଧ୍ୟରେ ୮ ଜଣ ପିଲା ଥିବା ବେଳେ ୧୦ ଜଣ ଥିଲେ ଅଭିଭାବକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.