ସାମ୍ନାକୁ ଆସିଲା ୭୪ ବର୍ଷ ପୁରୁଣା ଆଘାତପ୍ରାପ୍ତ ଏଲିୟନର ଫଟୋ! Photoର ଦାମ ଏତେ ଯେ ଉଡ଼ାଇ ଦେବ ଆପଣଙ୍କ ହୋସ

ଆପଣ ଏଲିୟନଙ୍କ ବିଷୟରେ ବହୁ ଥର ଶୁଣିଥିବେ ଏବଂ ଅନେକ ହଲିଉଡ ଫିଲ୍ମରେ ସେମାନଙ୍କ ସାଇନ୍ସ ଫିକ୍ସନ ମୁଭି ମଧ୍ୟ ଦେଖିଥିବେ। କିନ୍ତୁ ଯେତେବେଳେ ବି ଏଲିୟନଙ୍କୁ ବାସ୍ତବ ରୂପେ ଦେଖିବା କଥା ଉଠେ, ତ ସମସ୍ତେ ଚାତକ ଭଳି ଚାହିଁ ରହିଥାନ୍ତି। ପାଖାପାଖି ୭୪ ବର୍ଷ ପୁରୁଣା ଏକ ଏଲିୟନର ଫଟୋ ଏବେ ନିଲାମ ହେବାକୁ ଯାଉଛି, ଯାହାର ଦାମ କୋଟିଏ ଉପରେ ରହିଛି। ଏହି ଫଟୋକୁ ୧ ମିଲିୟନ ଡଲାର ଅର୍ଥାତ ପାଖାପାଖି ୭ କୋଟି ଟଙ୍କାରୁ ଅଧିକ ଦାମରେ କିଣାଯିବ।

ଖବର ମୁତାବକ, ଏଲିୟନ ଅଟୋପ୍ସିର ସିଙ୍ଗଲ ଫିଲ୍ମ ଫ୍ରେମ ୧ ମିଲିୟନ ନିଲାମୀ ବୋଲ ସହିତ ନିଲାମ ହେବାକୁ ଯାଉଛି। ଏହି କଳାଧଳା ଫଟୋରେ ମାନବ ଆକୃତିର ଏଲିୟନକୁ ଦେଖିବାକୁ ମିଳୁଛି। ଫଟୋକୁ ନେଇ ଜଣେ ଫିଲ୍ମ ନିର୍ମାତା ଦାବି କରିଛନ୍ତି ଯେ ଏହା ଏଲିୟନର ବାସ୍ତବିକ ମୃତଦେହ, ଯାହାକୁ ମେଡିକାଲ ପରୀକ୍ଷଣ ପାଇଁ ଟେବୁଲ ଉପରେ ରଖାଯାଇଛି।

ଏହି ଫଟୋ ଏକ ୟୁଏଫଓରୁ ନିଆଯାଇଥିଲା, ଯାହା ୧୯୪୭ରେ ନ୍ୟୁ ମେକ୍ସିକୋର ରୋସୱେଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ଆମେରିକା ସରକାରଙ୍କ ଦ୍ଵାରା ଗୁପ୍ତ ଭାବେ ବ୍ୟବଚ୍ଛେଦ କରାଯାଇଥିଲା। ୧୭ ମିନିଟର ଫୁଟେଜକୁ ପ୍ରଥମ ଥର ଯୁକ୍ତରାଷ୍ଟ୍ର ଆମେରିକାରେ ୨୮ ଅଗଷ୍ଟ, ୧୯୯୫ରେ ଫକ୍ସ ଟେଲିଭିଜନ ଦ୍ୱାରା ‘Alien Autopsy: Fact or Fiction’ ଶୀର୍ଷକ ରୂପେ ପ୍ରସାରିତ କରାଯାଇଥିଲା।

You might also like