No Vaccination No Liquor: କରୋନା ଟିକା ସାର୍ଟିଫିକେଟ ନାହିଁ ତ ମଦ ବି ନାହିଁ, ଦୋକାନ ସାମ୍ନାରେ ଲାଗିଲା ଏଭଳି ପୋଷ୍ଟର

ଏବେ ସାରା ଦେଶରେ କରୋନା ପାଇଁ ଟିକାକରଣ ଜାରି ରହିଛି। ନିଶ୍ଚୟ ଟିକା ନେବାକୁ ସରକାର ମଧ୍ୟ ଲୋକଙ୍କୁ ଅପିଲ କରୁଛନ୍ତି। ଲୋକଙ୍କୁ ଟିକା କେନ୍ଦ୍ରକୁ ଆଣିବାକୁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏଭଳି ସ୍ଥିତିରେ ଏକ ନିଆରା ପ୍ରୟାସ ଏବେ ଚର୍ଚ୍ଚାରେ ରହିଛି।

ରିପୋର୍ଟ ମୁତାବକ, ଉତ୍ତର ପ୍ରଦେଶର ଇଟାବା ପ୍ରଶାସନ ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି। ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ମଦ ଦୋକାନ ଆଗରେ ପୋଷ୍ଟରର ଲଗାଯାଇ ଲେଖା ଯାଇଛି ଯେ “ଭ୍ୟାକ୍ସିନ ପ୍ରମାଣ ପତ୍ର ବିନା ମଦ ମିଳିବ ନାହିଁ”।

ଏହି ନୋଟିସ ଇଟାବାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ADM) ହେମ୍ କୁମାର ସିଂହଙ୍କ ନିର୍ଦ୍ଦେଶରେ ଲଗାଯାଇଛି। ମଦ ଦୋକାନର ମାଲିକ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଓ ମାନୁଛନ୍ତି। ସେମାନେ ଏବେ ଲୋକଙ୍କୁ ଟିକାକରଣ ସାର୍ଟିଫିକେଟ ଦେଖେଇବା ପରେ ହିଁ ମଦ ଦେଉଛନ୍ତି। ତେବେ ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.