Yamaha FZ 25 ଓ FZS 25 ବାଇକର ଦାମରେ ହୋଇଛି ହ୍ରାସ, ଶୀଘ୍ର କିଣନ୍ତୁ

Yamaha ମୋଟର ଇଣ୍ଡିଆ ତରଫରୁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ପକ୍ଷରୁ ସବୁଠୁ ଲୋକପ୍ରିୟ ଗାଡିର ଦାମକୁ କମାଯାଇଛି । ଗ୍ରାହକଙ୍କ ପାଇଁ ଲକ ବଡ଼ ଖୁସି ଖବର ଆଣିଛି । ଗତକାଲି କମ୍ପାନୀ ପକ୍ଷରୁ ଏହା ସୂଚିତ କରାଯାଇଛି । Yamaha FZ 25 ଓ FZS 25  ସ୍ପୋର୍ଟସ ବାଇକର ଦାମ ହ୍ରାସ କରାଯାଇଛି ।

ଗତବର୍ଷ ଏହା ଫେବୃଆରୀ ମାସରେ ଲଞ୍ଚ କରାଯାଇଥିଲା । ଜୁଲାଇ ମାସରୁ ଏହାର ବିକ୍ରି ଆରମ୍ଭ ହୋଇଥିଲା । ସେହି ସମୟରେ ଏହାର ଦାମ ୧.୫୨ ରୁ ୧.୫୭ ଲକ୍ଷ ମଧ୍ୟରେ ରହିଥିଲା । କିନ୍ତୁ ଏବେ ଏହି ଗାଡିର ଦାମକୁ କମାଯାଇଛି । କୋଭିଡ ସମୟରେ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନୂଆ ଗାଡିର ଦାମ କିଛି ଏଭଳି ରହିଛି ।

Yamaha FZ 25 : 134,800 ଟଙ୍କା

Yamaha FZS 25: 139,300 ଟଙ୍କା

କମ୍ପାନୀ ପକ୍ଷରୁ ଏହିଦିନ ଗୁଡିକରେ 249 cc କ୍ଷମତା ବିଶିଷ୍ଟ ସିଙ୍ଗଲ ସିଲିଣ୍ଡର ଯୁକ୍ତ ଏୟାର କୁଲ୍ଡ ଇଞ୍ଜିନ ଦିଆଯାଇଛି । ଯାହା 20.5 bhp ପାୱାରରେ 20 Nm ର ଟ୍ରାକ ଜେନେରେଟ କରିଥାଏ ।ଏହି ଇଞ୍ଜିନ 5 ସ୍ପିଡର ଗିୟରବକ୍ସ ସହ ଆସିଛି । ଏଥିରେ ମଲ୍ଟି ଫଙ୍ଗସନ LCD ଇନଷ୍ଟ୍ରୁମେଣ୍ଟ , ସାଇଡ ଷ୍ଟେଡ କଟ ଅଫ ଭଳି ଦମଦାର ଫିଚର୍ସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.