Below header

ଟୀକା ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟ ସରକାରଙ୍କୁ କୋଭିଡ ଟିକା ଚିନ୍ତା । ସିଧାସଳଖ କୋଭିଡ ଟିକା ନିର୍ମାତା କଂପାନୀ ରାଜ୍ୟକୁ ଟିକା ବିକ୍ରି ପାଇଁ ଅମଙ୍ଗ ହେଉଛନ୍ତି । ଏହି ମର୍ମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଏଥିରେ ସେ ଉଲ୍ଲେଖ କରିଛନ୍ତି, ବିଭିନ୍ନ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଡାକିଥିବା ବେଳେ ଭ୍ୟାକ୍ସିନ ନିର୍ମାତାମାନେ ଆଗ୍ରହ ଦେଖାଉନଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି । ଫାଇଜର ଓ ମୋଡେର୍ଣ୍ଣା ଭଳି କିଛି ଟିକା ନିର୍ମାତା କଂପାନୀ କେନ୍ଦ୍ରୀୟ ଇନଡେମନିଟି ବାବଦରେ ଚିନ୍ତା ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରର କୋଭିଡ ଟିକା ନିର୍ମାତାମାନେ କେନ୍ଦ୍ର ସରକାରଙ୍କ ବୈଧାନିକ ଅନୁମୋଦନକୁ ଅପେକ୍ଷା ରଖୁଛନ୍ତି ।

କେନ୍ଦ୍ର ଏହାକୁ ଗୁରୁତ୍ୱର ସହ ନେଲେ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ଵିତ ଓ ଶସ୍ତା ହୋଇପାରିବ ବୋଲି ଚିଠିରେ ନବ ଦାସ ଉଲ୍ଲେଖ କରିଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଥିଲେ, ଫାଇଜର୍‌ ଓ ମଡେର୍ଣ୍ଣା କମ୍ପାନୀ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ଦେବାକୁ ମନା କରୁଛନ୍ତି । ସେମାନେ କେବଳ କେନ୍ଦ୍ର ସରକାରଙ୍କ ସହ ଡିଲ୍‌ କରିବେ ବୋଲି କହୁଛନ୍ତି । ତେଣୁ କେନ୍ଦ୍ର ସରକାର ବିଦେଶରୁ ଟିକା କିଣି ରାଜ୍ୟଗୁଡ଼ିକୁ ଯୋଗାଇ ଦିଅନ୍ତୁ ବୋଲି କେଜ୍ରିଓ୍ଵାଲ କହିଥିଲେ । ଏବେ ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସମାନ କଥା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.