Below header

ରାଜଧାନୀରେ ବିକ୍ରି ହେଉଥିଲା ନାମୀ ବ୍ରାଣ୍ଡର ନକଲି ଟିଭି, ଅଭିଯୁକ୍ତ ଚାରି ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ଼

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ବିକ୍ରି ହେଉଥିଲା ନାମୀ ବ୍ରାଣ୍ଡର ନକଲି ଟିଭି । ସୂଚନାରୁ ଜଣାଯାଇଛିଯେ କଲିକତାରୁ ଡୁପ୍ଲିକେଟ ଟିଭି ଆଣି ଅଧା ଦରରେ ବିକ୍ରି କରୁଥିଲେ ସୋରୁମ ମାଲିକ। ଏହି ମାମଲାରେ ଅଭିଯୁକ୍ତ ୪ ଜଣ ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ୧୨୦ଟି ଟିଭି ଜବତ କରାଯାଇଛି । ପାରାଦୀପ ପୋର୍ଟରୁ ଟିଭି ଅଣାଯାଇ ବିନା ଜିଏସଟିରେ ବିକ୍ରି କରାହେଉଛି କହି ଗ୍ରାହକଙ୍କୁ ଠକି ଆସୁଥିଲେ ଏହି ମାଲିକ ମାନେ । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.