Below header

ଅଜବ ଦ୍ୱୀପ ଯେଉଁଠି କେବଳ ରୁହନ୍ତି ମହିଳା, ଘର ଚଳାଇବା ଠାରୁ ଅନ୍ତିମ ସଂସ୍କାର ସବୁ କାମ କରନ୍ତି ଏଠାରେ

ପୁରୁଷ ପ୍ରଧାନ ସମାଜରେ ମହିଳାଙ୍କୁ କେବଳ ଘର ଚଳାଇବା ପାଇଁ ଉପଯୁକ୍ତ ବୋଲି ମନାଯାଏ । କିଛି ଋଢ଼ିବାଦୀ ଲୋକେ ତ ମହିଳାଙ୍କୁ ଘର ବାହାରକୁ ବି ଯିବାକୁ ଦିଅନ୍ତି ନାହିଁ । ସେମାନଙ୍କ ଦୃଷ୍ଟିରେ ମହିଳା ଚାକିରି କିମ୍ବା ଅନ୍ୟ କିଛି କାମ କରିପାରିବେ ନାହିଁ । ହେଲେ ଏମିତି ଏକ ଦ୍ୱୀପ ଅଛି ଯେଉଁଠି କେବଳ ମହିଳମାନେ ରୁହନ୍ତି । ଏହି ଦ୍ୱୀପର ନାମ ଇଷ୍ଟୋନିଆ ।

ଏଠାରେ ବାସ କରୁଥିବା ୯୦ ପ୍ରତିଶତ ଲୋକେ କେବଳ ମହିଳା । ସବୁଠୁ ବଡ଼ କଥା ଇଷ୍ଟୋନିଆର କିହୁନିଆ ନାମକ ଏହି ଦ୍ୱୀପରେ ରହୁଥିବା ମହିଳାମାନେ ସବୁ ଦାୟିତ୍ୱ ସମ୍ଭାଳନ୍ତି । ଏହି ସ୍ଥାନକୁ ମହିଳାଙ୍କ ଆଇଲାଣ୍ଡ ନାମରେ ନାମିତ କରାଯାଇଛି । ଏହି ଆଇଲାଣ୍ଡର ନାମ ୟୁନିସ୍କୋ ଲିଷ୍ଟରେ ମଧ୍ୟ ସାମିଲ ହୋଇଛି । ଏହି ଆଇଲାଣ୍ଡରେ ପ୍ରାୟ ୩୦୦ ଲୋକ ବାସ କରନ୍ତି ।

ଯେଉଁଠି ଅଧିକାଂଶ ଲୋକେ ହେଉଛନ୍ତି ମହିଳା । ଆପଣ ଭାବୁଥିବେ ଏଠାରେ ମହିଳାମାନେ କ’ଣ ପାଇ ଏଠାରେ ରହୁଛନ୍ତି । ଏମାନଙ୍କ ପୁରୁଷ କୁଆଡେ ଗଲେ । ଏମାନେ କ’ଣ ଅବିବାହିତ । ଯଦି ବିବାହିତ ତେବେ ଏମାନଙ୍କ ପରିବାର କୁଆଡେ ଗଲେ । ଏପରି ଅନେକ ପ୍ରଶ୍ନ ହୁଏତ ଆପଣଙ୍କୁ ଆନ୍ଦୋଳିତ କରୁଥିବ । ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର ।

OLD WOMAN.-
P.C : hindi.news18.com

ମହିଳାମାନେ କରନ୍ତି ଧାର୍ମିକ ଅନୁଷ୍ଠାନ

ଏହି ମହିଳାମାନଙ୍କ ପତି ଓ ପରିବାର ର ପୁରୁଷ ଏଷ୍ଟୋନିଆରେ ଚାକିରି କରିବା ପାଇଁ ରୁହନ୍ତି । ଏଥିପାଇଁ ଦ୍ୱୀପରେ ଅଧିକାଂଶ ମହିଳାମାନେ ହିଁ ରହିଯାଆନ୍ତି । ହେଲେ ଏହି ମହିଳାମାନେ ଏହି ଦ୍ୱୀପକୁ ଏପରି ଚଳାନ୍ତି ଯେ ସବୁ କାମ ଏମାନେ କରିଥାନ୍ତି । ଫଳରେ ଏମାନଙ୍କୁ ବହୁତ ପ୍ରଶଂସା ମିଳିଥା । ଏମାନେ ନିଜର ମାନ୍ୟତା ବଜାୟ ରଖିବା ସହ ପୂଜାପାର୍ବଣ ସବୁ ଧୂମଧାମରେ ପାଳନ କରିଥାନ୍ତି ।

ଏମାନେ ପୁରୁଷଙ୍କ ରୋଜଗାର ଅପେକ୍ଷା ନିଜେ ମଧ୍ୟ କିଛି ଶିଳ୍ପକାରୀ କାମ କରି ଅର୍ଥ ରୋଜଗାର କରିଥାନ୍ତି । ମହିଳାମାନେ ଏହି ଦ୍ୱୀପରେ ବିବାହ କାର୍ଯ୍ୟ ସହ ଅନ୍ତିମ ସଂସ୍କାର କାର୍ଯ୍ୟ ମଧ୍ୟ କରିଥାନ୍ତି । ଏପରିକି ସବୁ କାମରେ ମହିଳାମାନଙ୍କ କଥା ଚାଲେ । ଏଥିପାଇଁ ଏହି ଦ୍ୱୀପକୁ ମହିଳାଙ୍କ ଦ୍ୱୀପ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.